Monday, April 6, 2026
24 C
Odisha

    ୩୧ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ୩୧ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ୩୧ ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ , ସେମାନେ ଏକକାଳୀନ ପାଇବେ। ରାକ୍ଷୀ ପୂର୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଏବେ ସୁଭଦ୍ରା ମ୍ୟାଜିକ୍ ନମ୍ବର କୋଟିଏରୁ ଉର୍ଦ୍ଧ୍ବ ଛୁଇଁଛି। ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏଙ୍କୁ ସୁଭଦ୍ରା ମିଳିବା ଇତିହାସ । ସେପଟେ ମାର୍ଚ୍ଚ ୬ରେ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପଞ୍ଚମ କିସ୍ତିରେ ୧ ଲକ୍ଷ ୭୦ ହଜାର ମହିଳା ଟଙ୍କା ପାଇବେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳାଙ୍କୁ ଦ୍ଵିତୀୟ କିସ୍ତି ମିଳିବ। ପ୍ରଥମ ପର୍ଯ୍ୟାୟର ୪ଟି କିସ୍ତିରେ ପ୍ରାୟ ୯୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରି ୫ହଜାର ଟଙ୍କା ଲେଖାଏଁ ଦିଆଯାଇଛି।ଏନ୍‌ପିସିଆର ଠିକ୍ ହୋଇଥିବାରୁ ୨ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପୁଣି ସୁଭଦ୍ରା ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟର କିସ୍ତି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ