Friday, April 3, 2026
27 C
Odisha

    ୩୭୦ ଧାରାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ସାଂଗଲୀରେ ଶୁକ୍ରବାର ଦିନ ଏକ ନିର୍ବାଚନ ରାଲିରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ କି ତାଙ୍କ ଚଉଦ ପୁରୁଷ ଜମ୍ମୁ-କାଶ୍ମୀରରୁ ୩୭୦ ଧାରାକୁ ଆଣିପାରିବେ ନାହିଁ। ମହାୟୁତିର ପ୍ରାର୍ଥୀ ସୁଧୀର ଗାଡଗିଲ ଏବଂ ସଞ୍ଜୟ କାକା ପାଟିଲଙ୍କ ପାଇଁ ସାଂଗଲୀରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଏହି ଚେଷ୍ଟାରେ ଜମ୍ମୁ-କାଶ୍ମୀରରେ ଶାସକ ଜାୟୀୟ ସମ୍ମିଳନୀକୁ ସମର୍ଥନ କରୁଛନ୍ତି। ଅମିତ ଶାହ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିରେ ରାହୁଲ ବାବା ଅପଣଙ୍କୁ କହିଦେଉଛି ଯେ, ଆପଣ କି ଆପଣଙ୍କ ଚଉଦ ପୁରୁଷ ୩୭୦ ଧାରାକୁ ପୁନଶ୍ଚ ଆଣିପାରିବେ। ଦେଶର ପ୍ରତିଟି ପିଲା କାଶ୍ମୀର ପାଇଁ ଲଢିବାକୁ ପ୍ରସ୍ତୁତ। ଶାହ କହିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ହଟାଇବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ମୁଁ ସଂସଦକୁ ବିଲ୍ ଆଣିଥିଲି। ହେଲେ ରାହୁଲ ଗାନ୍ଧୀ, ଶରଦ ପାୱାର, ମମତା ବାନାର୍ଜୀ, ଅଖିଳେଶ ଯାଦବ ଏବଂ ଏମକେ ଷ୍ଟାଲିନ ଏହି ପଦକ୍ଷେପକୁ ବିରୋଧ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ