Tuesday, February 10, 2026
25.4 C
Odisha

    ୩୭ ଡିଗ୍ରି ଛୁଇଁଲା ଝାରସୁଗୁଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଭଦ୍ରକରେ ୩୬.୨, ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫, ଭୁବନେଶ୍ବରରେ ୩୪.୮ ଓ ଖୋର୍ଦ୍ଧାରେ ୩୪ ଡିଗ୍ରି ଲେଖାଏ ରହିଥିଲା। ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ବହୁ ଅଧିକ ଥିଲା। ତେବେ ଆଗାମୀ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ରାତି ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    19 %
    1.4kmh
    7 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ