Thursday, March 13, 2025
34.1 C
Odisha

    ୩ ବର୍ଷ ପର୍ଯ୍ୟନ୍ତ ସତେଜ ରହେ ଏହି ଗୋଲାପ! ଦାମ୍ ଜାଣିଲେ ହେବେ ଚକିତ

    ଆଗକୁ ପଢନ୍ତୁ

    ଗୋଲାପ ଫୁଲ କାହାକୁ ବା ପସନ୍ଦ ନୁହେଁ । ଏହି ଫୁଲ ଦେଖିବା ମାତ୍ରେ ହିଁ ଏକ ଖୁସି ମିଳିଥାଏ । ଏହାର ସୌନ୍ଦର୍ଯ୍ୟ ଓ ସୁଗନ୍ଧ ସମସ୍ତଙ୍କ ମନ ମୋହି ନେଇଥାଏ । ଏହାକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଗୋଲାପ ଫୁଲର ପ୍ରାୟ ୧୦୦ରୁ ଅଧିକ ପ୍ରଜାତି ରହିଛି । କିଏ ନିଜ ପ୍ରେମୀଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରେ ତ ଆଉ କିଏ ନିଜ ମନର ଭାବନା ପ୍ରକାଶ କରେ । ତେଣୁ ବଜାରରେ ଏହାର ଚାହିଦା ମଧ୍ୟ ବେଶ ଅଧିକ ଥାଏ । କିନ୍ତୁ ଆପଣ ଜାଣନ୍ତି କେବେ ଚିନ୍ତା କରିଛନ୍ତି କି ଏହି ଦୁନିଆର ସବୁଠାରୁ ଦାମୀ ଗୋଲାପର ଦାମ୍ କେତେ?

    ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଦାମୀ ଗୋଲାପ ବିଷୟରେ । ଆମେ କହୁଥିବା ସବୁଠାରୁ ଦାମୀ ଗୋଲାପକୁ ଜୁଲିଏଟ୍ ରୋଜ୍ କୁହାଯାଏ । କୁହାଯାଏ ଏହି ଫୁଲର ଦାମରେ ଆପଣ ୧୦୦ଟି BMW ଗାଡି କିଣିପାରିବେ । ଏହା ଶୁଣି ଆପଣ ନିଶ୍ଚୟ ଭାବୁଥିବେ କିନ୍ତୁ ଏକ ଗୋଲାପ ଫୁଲରେ ଏମିତି ବି କ’ଣ ଅଛି ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ? ତେବେ ଦର୍ଶକବନ୍ଧୁ ଏହା ଏତେ ଦାମୀ ହେବା ପଛରେ ଏକ ବଡ଼ କାରଣ ରହିଛି । ଏହା ଏକ ସାଧାରଣ ଗୋଲାପ ନୁହେଁ । ଏହା ଖୁବ ସ୍ୱତନ୍ତ୍ର ହୋଇଥାଏ କାରଣ ଏହି ଗୋଲାପ ଫୁଟିବାକୁ ପ୍ରାୟ ୧୫ ବର୍ଷ ସମୟ ଲାଗିଥାଏ । ଏହି ଗୋଲାପର ରଙ୍ଗ ହଳଦିଆ, ଧଳା ଏବଂ ଗୋଲାପୀର ମିଶ୍ରଣ । ଏହି ଜୁଲିଏଟ୍ ରୋଜ୍ ର ଗୋଟିଏ ପୁଷ୍ପଗୁଚ୍ଛର ମୂଲ୍ୟ ୧୩୦ କୋଟି ଟଙ୍କା । କଣ ବିଶ୍ୱାସ ହେଉନି ନା? କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ତେବେ ଏହି ଜୁଲିଏଟ୍ ରୋଜ୍ କୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସାଧାରଣତଃ ଏକ ଫୁଲ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଶୁଖିଯାଏ, କିନ୍ତୁ ଏହି ଗୋଲାପ ଫୁଲ ୩ ବର୍ଷ ପର୍ଯ୍ୟନ୍ତ ଶୁଖିନଥାଏ ଏବଂ ପୁରା ସତେଜ ରହିଥାଏ । ଯାହା ଏହାର ସ୍ୱତନ୍ତ୍ରତାକୁ ଆହୁରି ବଢ଼ାଇ ଦେଇଥାଏ । ଏକ ରିପୋର୍ଟ ଅନୁଯାୟୀ ଜୁଲିଏଟ୍ ରୋଜର ମୂଲ୍ୟ ୧୫.୮ ମିଲିୟନ ଡଲାର ଅଟେ ।

    ୨୦୦୬ ରେ ପ୍ରଥମ ଥର ପାଇଁ ଏହି ଗୋଲାପ ଫୁଲ ଫୁଟିଥିଲା । ସେତେବେଳେ ଏହି ଗୋଲାପର ମୂଲ୍ୟ ୯୦ କୋଟି ଟଙ୍କା ଥିଲା ।ଆପଣଙ୍କୁ କହି ରଖୁଛୁ ଏହି ଗୋଲାପକୁ ଆପ୍ରିକେଟ୍-ହାଇଡ୍ ହାଇବ୍ରିଡ୍ ମଧ୍ୟ କୁହାଯାଏ । ପ୍ରଥମ ଥର ପାଇଁ ଏହି ଗୋଲାପ ଫୁଲ ଡେଭିଡ୍ ଅଷ୍ଟିନଙ୍କ ଦ୍ୱାରା ଲଗାଯାଇଥିଲା । ଡେଭିଡ ଅଷ୍ଟିନ କହିଛନ୍ତି ଯେ ସେ ଅନେକ ଗୋଲାପକୁ ମିଶାଇ ଏହାକୁ ତିଆରି କରିଥିଲେ । ଏହି ଗୋଲାପର ବାସ୍ନା ବିଷୟରେ କହିବାକୁ ଗଲେ ଏଥିରେ ସାମାନ୍ୟ ଚା’ ବାସ୍ନା ଆସିଥାଏ । ତଥାପି ଏହାର ଡିମାଣ୍ଡ ଏତେ ଅଧିକ ଯେ ଏହାକୁ ଲୋକ କୋଟି କୋଟି ଟଙ୍କା ଦେଇ କିଣିଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.1 ° C
    34.1 °
    34.1 °
    13 %
    2.7kmh
    70 %
    Thu
    38 °
    Fri
    40 °
    Sat
    41 °
    Sun
    42 °
    Mon
    40 °

    ସମ୍ବନ୍ଧିତ