Thursday, December 26, 2024
25.5 C
Odisha

    ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ, ପୁରୁଣା ବ୍ୟବସ୍ଥାରେ ଅପରିବର୍ତ୍ତିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ । ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% ରହିଛି। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦% ରହିଛି। ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% ରହିବ। ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ରହିଛି। ତେବେ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପୁଞ୍ଜି ଲାଭ ଉପରେ ଟିକସ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ବିଶେଷ ଭାବରେ, ଇକ୍ୱିଟି ଉପରେ ଦୀର୍ଘମିଆଦି ପୁଞ୍ଜି ଲାଭ ବା ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ ଟିକସକୁ ୧୦% ରୁ ୧୨.୦୫% ​​କୁ ବୃଦ୍ଧି କରିଛନ୍ତି । ଏହା ସହିତ ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ ଟ୍ୟାକ୍ସକୁ ୧୫% ରୁ ୨୦% କୁ ବୃଦ୍ଧି କରାଯାଇଛି । ତେବେ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସ ଛାଡ ସୀମା ମଧ୍ୟ ୧ ଲକ୍ଷରୁ ୧,୨୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଯାହା ଏବେ ଷ୍ଟକ ମାର୍କେଟର ନିବେଶକାରୀଙ୍କ ମୁଣ୍ଡରେ ଚଡକ ପକାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    69 %
    1.4kmh
    92 %
    Thu
    25 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ