Saturday, July 5, 2025
25.6 C
Odisha

    ୪ଟି ରାଜ୍ୟର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ, କେରଳ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ ଏବଂ ୨୩ ଜୁନରେ ଭୋଟ ଗଣିତ ହେବ । ଗୁଜରାଟର ବିସାବଦର, ପଶ୍ଚିମବଙ୍ଗର କଲୀଗଂଜ, ପଞ୍ଜାବର ଲିଧିଆନା ୱେଷ୍ଟ ଓ କେରଳର ନୀଲାମ୍ବର ସିଟରେ ଉପନିର୍ବାଚନ ହେବ ।

    ସୂଚନା ମୁତାବକ,୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ । ଜୁନ୍ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ୨୩ ଜୁନରେ ଭୋଟ ଗଣିତ ହେବ ।  ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଜୁନ ୨ ରହିଥିବା ବେଳେ ଜୁନ୍ ୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ଏହିସବୁ ସିଟ୍ ଇସ୍ତଫା କିମ୍ବା ପ୍ରାର୍ଥୀଙ୍କ ବିୟୋଗ ଯୋଗୁଁ ଖାଲିପଡିଛି।  ଗୁଜରାଟର କାଡି ଏବଂ ବିସାବାଦର ବିଧାନସଭା ଆସନ ରହିଛି । ସେହିପରି କେରଳର ନିଲାମ୍ବୁର ବିଧାନସଭା ଆସନ, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ।  ତେବେ ଉପନିର୍ବାଚନକୁ ନେଇ ରାଜନୀତିକ ଦଳରେ ହଲଚଲ ବଢିଯାଇଛି। ଗୁଜରାଟର କାଦି ଏବଂ ବିସାବଦର ସିଟରେ ରୁଲିଂ ପାର୍ଟି ଏବଂ ବିପକ୍ଷ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ସେହିପରି କେରଳର ନିଳମ୍ବୁର ସିଟ୍ ସ୍ଥାନୀୟ ପ୍ରସଙ୍ଗକୁ ନେଇ ମାହୋଲ ଗରମ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    85 %
    3.6kmh
    100 %
    Sat
    25 °
    Sun
    27 °
    Mon
    28 °
    Tue
    26 °
    Wed
    24 °

    ସମ୍ବନ୍ଧିତ