Thursday, March 19, 2026
20.8 C
Odisha

    ୪ ମହିଳା ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କଲା ହମାସ୍

    ଆଗକୁ ପଢନ୍ତୁ

    ଗାଜା: ଆଉ ୪ଇସ୍ରାଏଲୀ  ବନ୍ଧକଙ୍କୁ ମୁକ୍ତ କରିଛି ହମାସ୍ । ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପ୍ରାୟ ୨୦୦ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ହାମାସ୍ ଶନିବାର ୪ ଜଣ ମହିଳା ଇସ୍ରାଏଲ ସୈନିକଙ୍କୁ ମୁକ୍ତ କରିଛି। ଏସବୁ ବନ୍ଧକଙ୍କ ନାଁ ହେଉଛି କାରିନା ଆରିଭ୍, ଡାନିଏଲା ଗିଲବୋଆ, ନାମା ଲେଭି ( ସମସ୍ତେ ୨୦ ବର୍ଷୀୟ) ଏବଂ ଲିରି ଆଲବାଗ (୧୯) । ସେମାନଙ୍କୁ ଗାଜାର ରେଡକ୍ରସକୁ ହସ୍ତାନ୍ତର କରାଯାଇଛି।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪ ଜଣ ମହିଳାଙ୍କୁ ମୁକ୍ତ କରିବା ପୂର୍ବରୁ ଗାଜା ସିଟିର ପାଲେଷ୍ଟାଇନ ଛକରେ ହାମାସ ବନ୍ଧୁକଧାରୀ ଏବଂ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ସେମାନେ ହସିହସି ଭିଡ଼କୁ ହାତ ହଲାଇଥିଲେ। ଏହାପରେ ସେମାନେ ରେଡକ୍ରସ କାରରେ ବସିଥିଲେ।

    ରିପୋର୍ଟ ଅନୁଯାୟୀ, ଏହି ୪ ଜଣ ମହିଳା ହେଉଛନ୍ତି ଇସ୍ରାଏଲର ସୈନିକ, ଯେଉଁମାନଙ୍କୁ ଅକ୍ଟୋବର ୭ ରେ ହମାସ ଆକ୍ରମଣ ସମୟରେ ଇସ୍ରାଏଲର ନାହଲ ଓଜ୍ ସାମରିକ ଘାଟିରୁ ଅପହରଣ କରାଯାଇଥିଲା। ଏହି ଘଟଣା ପରେ ଇସ୍ରାଏଲ ଗାଜା ଉପରେ ପ୍ରବଳ ଆକ୍ରମଣ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ