Wednesday, October 14, 2026
26.2 C
Odisha

    ଚୀନ୍ ନିବେଶକଙ୍କୁ ଲାଞ୍ଚ ମାଗୁଛନ୍ତି ପାକିସ୍ତାନ ପୁଲିସ: ସିନ୍ଧ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ

    ଆଗକୁ ପଢନ୍ତୁ

    ଇସଲାମାବାଦ:ପାକିସ୍ତାନରେ ବିପୁଳ ପରିମାଣରେ ପୁଞ୍ଜି ବିନିଯୋଗ କରିଥିବା ଚୀନ୍‌ର ବ୍ୟବସାୟୀଙ୍କଠାରୁ କରାଚିରେ ଲାଞ୍ଚ ମଗା କରାଯାଉଛି। କରାଚିରେ ୬ ଜଣ ଚୀନ୍ ନିବେଶକ ପୁଲିସ ବିରୋଧରେ ହଇରାଣ ଓ ନିର୍ଯାତନା ଅଭିଯୋଗ ସିନ୍ଧ ହାଇକୋର୍ଟରେ କରିଛନ୍ତି।

    ଲାଞ୍ଚ ମଗାଯିବା ନେଇ ନିବେଶକମାନେ ନିରାଶ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି, ଯଦି ଏହା ଜାରି ରହେ ତେବେ ସେମାନେ ନିଜ ଦେଶକୁ ଫେରିଯିବେ କିମ୍ବା ଲାହୋରରେ ଏକଜୁଟ ହେବେ। ଚୀନ୍ ନିବେଶକମାନେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

    ପାକିସ୍ତାନୀ ୱେବସାଇଟ୍ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଚୀନ୍ ନିବେଶକମାନେ କହିଛନ୍ତି ଯେ, ବିମାନବନ୍ଦରଠାରୁ ଆରମ୍ଭ କରି ସେମାନଙ୍କ ଘର ପର୍ଯ୍ୟନ୍ତ ପୁଲିସମାନେ ବାରମ୍ବାର ଲାଞ୍ଚ ମାଗୁଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ମୁକ୍ତ ଭାବରେ ବୁଲିବା ଏବଂ ବ୍ୟବସାୟିକ ସଭା କରିବା ପାଇଁ ବାରଣ କରାଯାଇଛି।

    ଚୀନ୍‌ର ନିବେଶକଙ୍କ ଆବେଦନ ଉପରେ ସିନ୍ଧ୍ ହାଇକୋର୍ଟ ଆଇଜି ପୁଲିସଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି। ଏହି ବିକାଶ ଏକ ସମୟରେ ଘଟିଛି ଯେତେବେଳେ ସିନ୍ଧ୍ ପ୍ରଦେଶ ସରକାର ଚାଇନାର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

    କରାଚିରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାଇ ଚୀନ୍‌ର ୬ଜଣ ନିବେଶକ ଜାନୁଆରି ୨୪ରେ ସିନ୍ଧ୍ ହାଇକୋର୍ଟରେ ଆବେଦନ କରିଛନ୍ତି।

    ସିନ୍ଧ୍‌ର ବରିଷ୍ଠ ମନ୍ତ୍ରୀ ଶାର୍ଜିଲ ଇନମ ମେମନ୍ ଗତ ମାସରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, କେନ୍ଦ୍ର ଏବଂ ପ୍ରାଦେଶିକ ସରକାର ବିଦେଶୀ ନିବେଶକଙ୍କୁ ସ୍ୱାଗତ କରୁଛନ୍ତି। ସିନ୍ଧ୍ ସରକାର ପବ୍ଲିକ୍-ପ୍ରାଇଭେଟ୍ ଭାଗିଦାରୀ ମୋଡ୍‌ରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ନିବେଶକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

    ସେ କହିଥିଲେ, ସିନ୍ଧ୍ ସରକାରଙ୍କ ତରଫରୁ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଚୀନ୍ ନିବେଶକଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତାଙ୍କ ପ୍ରତିଶ୍ରୁତି ସତ୍ତ୍ବେ ଚୀନ୍‌ର ନିବେଶକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ