Tuesday, September 17, 2024
24.1 C
Odisha

    ୫୧ଟଙ୍କାରେ ଅସୀମିତ 5G

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦେଶର ଟେଲିକମ୍ କମ୍ପାନୀ ଏୟାରଟେଲ ଏକ ଅନଲିମିଟେଡ୍ ୫ଜି ଡାଟା ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ମାତ୍ର ୫୧ ଟଙ୍କାରେ ଆପଣମାନେ ୫ଜି ସେବା ପାଇପାରିବେ ।ଏୟାରଟେଲ ଲଞ୍ଚ କରିଥିବା ଏହି ଅସୀମିତ ୫ଜି ଡାଟା ପ୍ଲାନର ମୂଲ୍ୟ ୫୧ ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ତା’ର ପୋର୍ଟୋଫୋଲିଓରେ ଅପଡେଟ୍ କରିବା ପରେ କିଛି ପ୍ଲାନରେ ଅନଲିମିଟେଡ୍ ୫ଜି ଡାଟା ମିଳିନଥିଲା । ତେଣୁ ଏନେଇ ୟୁଜର୍ସଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ କମ୍ପାନୀ ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ନୂଆ ପ୍ୟାକର ପ୍ଲାନ୍ସ ଲଞ୍ଚ କରିଛି । କମ୍ପାନୀ ୩ଟି ନୂଆ ଡେଟା ବୁଷ୍ଟର ପ୍ଲାନ୍ସ ଲଞ୍ଚ କରିଛି । ଏହି ବୁଷ୍ଟର ପ୍ଲାନ୍ସ ସହାୟତାରେ ଯେ କୌଣସି ୟୁଜର ଅନଲିମିଟେଡ୍ ୫ଜି ଡେଟା ୟୁଜ୍ କରିପାରିବେ ।

    କମ୍ପାନୀ ଦୈନିକ ୧ ଜିବି ଡାଟା ଓ ୧.୫ ଜିବି ଡାଟା ଧାରୀ ୟୁଜର୍ସଙ୍କ ପାଇଁ ବୁଷ୍ଟର ପ୍ଲାନ୍ସ ଲଞ୍ଚ କରିଛି । ଏହା ସହାୟତାରେ ୟୁଜର୍ସ ଅସୀମିତି ୫ଜି ସେବାକୁ ଅପଗ୍ରେଡ୍ କରିପାରିବେ । କମ୍ପାନୀର ନୂଆ ପ୍ଲାନ୍ସ ୫୧ ଟଙ୍କା, ୧୦୧ ଟଙ୍କା ଓ ୧୫୧ ଟଙ୍କା ଦାମରେ ଆସୁଛି । ଏହି ପ୍ଲାନ୍ସକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ପାଖରେ ପୂର୍ବରୁ ଆକ୍ଟିଭ ପ୍ଲାନ ରହିଥିବା ଆବଶ୍ୟକ । ୫୧ ଟଙ୍କିଆ ପ୍ଲାନରେ ୩ ଜିବି, ୧୦୧ ଟଙ୍କିଆ ପ୍ଲାନରେ ୬ ଜିବି ଓ ୧୫୧ ଟଙ୍କିଆ ପ୍ଲାନରେ ୯ ଜିବି ଡାଟା ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ