Friday, October 2, 2026
22.2 C
Odisha

    ୫ ଘଣ୍ଟା ପାଇଁ ଆକାଶର ବଦଳିବ ରଙ୍ଗ, ଦିଶିବ ଲାଲ ଚନ୍ଦ୍ର

    ଆଗକୁ ପଢନ୍ତୁ

    ଅଗଷ୍ଟ ୨୭ ଓ ୨୮ ତାରିଖ ରାତିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯିବ । ଯାହାକୁ ରକ୍ତଚନ୍ଦ୍ର କିମ୍ବା ବ୍ଲଡମୁନ୍ ବୋଲି କୁହାଯାଏ । ବିଶ୍ୱର ବିଭିନ୍ନ ଦେଶରେ ଦୃଶ୍ୟମାନ ହେବ। ଏହାର ପ୍ରଭାବ ଭାରତରେ ମଧ୍ୟ ଆଂଶିକ ଭାବରେ ଦୃଶ୍ୟମାନ ହେବ ।

    ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଯାଏ । ସୂର୍ଯ୍ୟକିରଣ ସିଧାସଳଖ ଚନ୍ଦ୍ରରେ ପହଞ୍ଚିବାକୁ ବାଧା ଦେଇଥାଏ । ପୃଥିବୀର ବାୟୁମଣ୍ଡଳ ଦେଇ ଯାଉଥିବା ଲାଲ କିରଣ ଚନ୍ଦ୍ରରେ ପହଞ୍ଚିଥାଏ । ଯାହା ଦ୍ବାରା ଚନ୍ଦ୍ର ଲାଲ, କମଳା ରଙ୍ଗର ଦେଖାଯାଇଥାଏ । ଏହି ବିରଳ ଦୃଶ୍ୟକୁ ରକ୍ତଚନ୍ଦ୍ର କୁହାଯାଏ ।

    ଏହି ଚନ୍ଦ୍ର ଗ୍ରହଣ ପ୍ରାୟ ୫ଘଣ୍ଟା ଧରି ରହିବ । ଏହି ସମୟରେ ଅନେକ ପର୍ଯ୍ୟାୟ ରହିବ । ଯେଉଁଥିରେ ଉପଛାୟା, ଆଂଶିକ ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାମିଲ ରହିଛି । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଲାଲ୍ ଦେଖାଯିବ । ଯାହାକୁ ବିଶେଷ ମୁହୂର୍ତ୍ତ ଭାବେ ବିବେଚନା କରାଯାଏ । କିଛି ଲୋକଙ୍କ ପାଇଁ ଏହା ଚମତ୍କାର ସୁଯୋଗ ହେବ । ଭାରତର କିଛି ସ୍ଥାନରେ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲାବେଳେ ଆଉ କିଛି ସ୍ଥାନରେ ଦୃଶ୍ୟମାନ କମ୍ ହେବ ।

    ଆଜିକାଲି ସ୍ମାର୍ଟଫୋନ୍‌ କ୍ୟାମେରା ମଧ୍ୟ ବ୍ଲଡ୍ ମୁନ୍‌ର ଫଟୋ କଏଦ କରିପାରିବ। ଯଦି କ୍ୟାମେରାରେ ଏକ ଭଲ ନାଇଟ୍ ମୋଡ୍ ଏବଂ ଜୁମ୍ ସୁବିଧା ଥାଏ, ତେବେ ଲୋକମାନେ ଏହି ସୁନ୍ଦର ଦୃଶ୍ୟକୁ ସହଜରେ କଏଦ କରିପାରିବେ। ଟ୍ରାଇପଡ୍ ବ୍ୟବହାର କରିବା ଦ୍ୱାରା ଚିତ୍ରଗୁଡ଼ିକ ଆହୁରି ସୁନ୍ଦର ହେବ ।

    ସେପଟେ ଭାରତୀୟ ପରମ୍ପରାରେ ଚନ୍ଦ୍ର ଗ୍ରହଣର ଏକ ବିଶେଷ ମହତ୍ତ୍ବ ରହିଛି । ଗ୍ରହଣ ସମୟରେ ପୂଜା ପାଠ ବନ୍ଦ ଥିବାବେଳେ ଜପ, ଧ୍ୟନ କରିବା ଖୁବ୍ ଭଲ ବୋଲି ବିବେଚନା କରାଯାଏ ।  ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ, ପ୍ରତିବର୍ଷ ବ୍ଲଡ୍ ମୁନ୍ ଦେଖାଯାଏ ନାହିଁ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏବଂ ବ୍ଲଡ୍ ମୁନ୍ କେବଳ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘଟେ । ଏହି କାରଣରୁ ସାରା ବିଶ୍ୱର ଲୋକମାନେ ଏହି ଘଟଣା ଦେଖିବା ପାଇଁ ଉତ୍ସାହିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ