Sunday, February 22, 2026
25.3 C
Odisha

    ୬ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ, ଭୁବନେଶ୍ବରରୁ ବିରଜା କ୍ଷେତ୍ର ପରେ ଶ୍ରୀକ୍ଷେତ୍ର ଦର୍ଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬ ଦିନିଆ ଓଡ଼ିଶା ଗସ୍ତ । ଭୁବନେଶ୍ବରରୁ ବିରଜା କ୍ଷେତ୍ର, ପରେ ଶ୍ରୀକ୍ଷେତ୍ର ଆସିବେ ମହାମହିମ । ଶେଷରେ ଜନ୍ମଭୂମି ମୟୂରଭଞ୍ଜ ଯାତ୍ରା କରି ଓଡ଼ିଶା ଗସ୍ତ ଶେଷ କରିବେ । ସଂଧ୍ୟା ୬ଟା ୪୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଲୋକ ଭବନରେ ରାତ୍ରି ଯାପନ ପରେ ଫେବ୍ରୁଆରୀ ୩ ତାରିଖ ସକାଳେ ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ । ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୩ରେ ଯାଜପୁରରୁ ବାଲେଶ୍ବର ଗସ୍ତ କରି ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

    ଏଥିପାଇଁ ବାଲେଶ୍ବରରେ ଜିଲ୍ଲା ପ୍ରଶାସନ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲେଶ୍ବରରୁ ସଂଧ୍ୟାରେ ପୁରୀ ଆସି ଲୋକଭବନରେ ରାତ୍ରୀ ଯାପନ କରିବେ ମହାମହିମ । ପରଦିନ ଅର୍ଥାତ ଫେବ୍ରୁଆରୀ ୪ ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ବେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ। କାଲି ପୁରୀ ହେଲିପ୍ୟାଡରେ ଦୁଇଟି ହେଲିକପ୍ଟର ଅବତରଣର ପ୍ରାକ୍ ଅଭ୍ୟାସ କରିଛି । ହେଲିପ୍ୟାଡରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଏସପି ପ୍ରତୀକ ସିଂହ । ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱତଗଙ୍ଗା ପୁଷ୍କରିଣୀ ଚତୁର୍ପାର୍ଶ୍ୱ, ଶ୍ରୀମନ୍ଦିର ଭିତର, ଶ୍ରୀମନ୍ଦିର ବାହାର, ବଡଦାଣ୍ଡ ଓ ସମ୍ପୂର୍ଣ୍ଣ ପୁରୀ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

    ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ପୁନମ ଗୁହା ତାପସ କୁମାର । ଫେବ୍ରୁଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଶିମିଳିପାଳ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ସୁରକ୍ଷା ଦୃଷ୍ଟିରୁ ଫେବ୍ରୁଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଫେବ୍ରୁଆରୀ ୭ ସକାଳ ୯ଟା ୧୦ମିନିଟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଛତିଶଗଡ଼ ଜଗଦଲପୁର ଯିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    25 %
    2.4kmh
    0 %
    Sun
    27 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ