Sunday, September 14, 2025
30.1 C
Odisha

    ୬୦ ବର୍ଷ ହେବ ପୃଥିବୀରେ ରହିଛି ଦୁଇଟି ଚନ୍ଦ୍ର, ଆବିଷ୍କାର କଲେ ବୈଜ୍ଞାନିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :   ଆମେ ସମେସ୍ତେ ଜାଣିଥାନ୍ତି ଯେ, ପୃଥିବୀରେ ଗୋଟିଏ ମାତ୍ର ଚନ୍ଦ୍ର ରହିଥାଏ । କିନ୍ତୁ ବର୍ତ୍ତମାନ୍ ବୈଜ୍ଞାନିକମାନେ ଆଉ ଏକ ଚନ୍ଦ୍ର ଆବିଷ୍କାର କରିଛନ୍ତି । ଯାହା ପ୍ରାୟ ୬୦ ବର୍ଷ ଧରି ପୃଥିବୀ ସହିତ ରହିଛି । ଏଥିସହ ଏହି ନୂଆ ଚନ୍ଦ୍ରର ନାମ ରଖାଯାଇଛି- 2025 PN7 । ଏହି ଛୋଟ ଗ୍ରହାଣୁ ପୃଥିବୀ ସହିତ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲୁଛି, କିନ୍ତୁ ବାସ୍ତବରେ ଏହା ଆମ କକ୍ଷପଥରେ ଘୂରୁନାହିଁ । ଏହି ଆବିଷ୍କାର ଦର୍ଶାଉଛି ଯେ ଆମର ସୌରଜଗତ କେତେ ରହସ୍ୟମୟ ।

    କ୍ୱାସି-ମୁନ୍ ହେଉଛି ଏକ ପ୍ରକାରର କ୍ଷୁଦ୍ରଗ୍ରହ, ଯାହା ପୃଥିବୀ ସହିତ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲୁଛି । ଏହା ପୃଥିବୀର ଚନ୍ଦ୍ର ପରି ଦେଖାଯାଏ, କିନ୍ତୁ ପ୍ରକୃତରେ ଏହା ସୂର୍ଯ୍ୟର କକ୍ଷପଥରେ ଅଛି । ଏହା ଗୁରୁତ୍ୱାକର୍ଷଣର ଏକ ଖେଳ । ପ୍ଲାନେଟାରୀ ସୋସାଇଟି ଅନୁସାରେ, ଏହି ଗ୍ରହାଣୁଗୁଡ଼ିକ ପୃଥିବୀ ସହିତ ଅସ୍ଥାୟୀ ପରିଦର୍ଶନ କରନ୍ତି । ଏମାନେ ସବୁଦିନ ପାଇଁ ଆମ ସହିତ ରୁହନ୍ତି ନାହିଁ । ପୃଥିବୀରେ ପୂର୍ବରୁ ସାତଟି ଜଣାଶୁଣା କ୍ୱାସି-ଚନ୍ଦ୍ର ଅଛି, ଯେପରିକି କାର୍ଡିଆ ଏବଂ କାମୋଆଲେୱା । ନୂଆ ଭାବରେ ଆବିଷ୍କୃତ ୨୦୨୫ PN7 ହେଉଛି ସବୁଠାରୁ ଛୋଟ ଏବଂ ସର୍ବନିମ୍ନ ସ୍ଥିର କ୍ୱାସି-ମୁନ୍ । ଏହା ଆହୁରି ୬୦ ବର୍ଷ ପାଇଁ ପୃଥିବୀ ସହିତ ରହିବ, କିନ୍ତୁ ତା’ପରେ ସେଠାରୁ ଚାଲିଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    66 %
    0.9kmh
    92 %
    Sun
    30 °
    Mon
    25 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ