ମାଲକାନଗିରି : ୬୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ଏସପିଙ୍କ ପାଖରେ ୬୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ୪୫ ଜଣ ପୁରୁଷ ମାଓବାଦୀ ଅଛନ୍ତି । ସମସ୍ତ ଆତ୍ମସମର୍ପଣ ମାଓବାଦୀ ଦକ୍ଷିଣ, ପଶ୍ଚିମ ବସ୍ତର ମାଓ ସଙ୍ଗଠନର ଥିବା ସୂଚନା । ଏମାନଙ୍କ ମଧ୍ୟରୁ କିଛି ଦକ୍ଷଣି ଓଡ଼ିଶାରେ ମଧ୍ୟ ସକ୍ରିୟ ଥିଲେ । ପୋଲିସର ଅହରହ ଅପରେସନ ଯୋଗୁ ମାଓବାଦୀଙ୍କୁ ରହିବାକୁ ସ୍ଥାନ ନାହିଁ । ତେଣୁ ଆଜିବି ଯେଉଁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ସେମାନେ କିଭଳି ନିଜ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରିଥିବା ସରେଣ୍ଡର ମାଓବାଦୀ କହିଛନ୍ତି ।

