Tuesday, March 31, 2026
25.7 C
Odisha

    ୭ ଘଣ୍ଟା ଉଡ଼ିବା ପରେ ଦିଲ୍ଲୀ ଫେରିଲା ଇଣ୍ଡିଗୋ ବିମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ସମେତ ବିଶ୍ବର ଅଧିକାଂଶ ଦେଶର ବିମାନସେବା ପ୍ରଭାବିତ ହେବାରେ ଲାଗିଛି। ତେବେ ସୋମବାର ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର (ବ୍ରିଟେନ) ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଦୀର୍ଘ ୭ ଘଣ୍ଟା ଉଡିବା ପରେ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇ ପୁଣି ଦିଲ୍ଲୀ ଫେରିଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ ଉକ୍ତ ବିମାନଟି ସୋମବାର ସକାଳେ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଅଭିମୁଖେ ଯାତ୍ରାରମ୍ଭ କରିଥିଲା। ଯୁଦ୍ଧ ଯୋଗୁଁ ବିମାନଟି ପରିବର୍ତ୍ତିତ ରୁଟ୍‌ (ଭାୟା ଏଡେନ ଉପସାଗର ଓ ପୂର୍ବ ଆଫ୍ରିକା)ରେ ଯାତ୍ରା କରିଥିଲା।

    ତେବେ ବିମାନଟି ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆ ଓ ଏରିଟ୍ରିୟା ସୀମା ଉପରେ ଉଡୁଥିବାବେଳେ ହଠାତ୍‌ ଆକାଶସୀମା ସିଲ୍‌ ହୋଇଥିବାର ସୂଚନା ମିଳିଥିଲା। ସେତେବେଳକୁ ବିମାନଟି ଦୀର୍ଘ ୭ ଘଣ୍ଟା ଉଡିସାରିଥିଲା। ଫଳରେ ପାଇଲଟ ଅନନ୍ୟୋପାୟ ହୋଇ ବିମାନକୁ ପୁଣି ନୂଆଦିଲ୍ଲୀ ଫେରାଇ ଆଣିଥିବା ଜଣାପଡିଛି। ଦିଲ୍ଲୀ-ମାଞ୍ଚେଷ୍ଟର ମଧ୍ୟରେ ଦୂରତା ୬୮୨୯ କିମି ହୋଇଥିବାବେଳେ ବିମାନ ଯାତ୍ରା ପାଇଁ ୧୧ ଘଣ୍ଟା ସମୟ ଲାଗିଥାଏ। ଫେରିଆସିଥିବା ବିମାନ ଯାତ୍ରୀ କିପରି ଗନ୍ତବ୍ୟସ୍ଥଳରେ ପହଞ୍ଚିବେ, ସେଥିନେଇ ଇଣ୍ଡିଗୋ କର୍ତ୍ତୃପକ୍ଷ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ