Monday, April 6, 2026
24 C
Odisha

    ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

    ଆଗକୁ ପଢନ୍ତୁ

    ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ୭ ଘଣ୍ଟା ପରେ ଆରମ୍ଭ ହେଲା ନୀତିକାନ୍ତି । ଦିନ ତମାମ ଓପାସ ଥିଲେ ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ରୁପା ଘୋଡଣି ଉଠାଇବାକୁ ନେଗ ଆରମ୍ଭ ହୋଇଥିଲା ବିବାଦ । ବଡୁ ନିଯୋଗ ଓ ବ୍ରାହ୍ମଣ ନୀଯୋଗ ମଧ୍ୟରେ ହୋଇଥିଲା ବିବାଦ । ଧସ୍ତାଧସ୍ତିରେ ଆହତ ହୋଇଛନ୍ତି ସେବାୟତ । ଏହି ଘଟଣାର ତଦନ୍ତ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ୨୦ ତାରିଖରେ ଟ୍ରଷ୍ଟ ବୋର୍ଡ ବୈଠକରେ ତଦନ୍ତ ରିପୋର୍ଟ ଉପସ୍ଥାପନ ହେବ । ମନ୍ଦିର ନିୟମ ଅନୁଯାୟୀ ବଡୁ ନିଯୋଗ ଏହି ସେବା କରିଆସୁଛନ୍ତି ।ସୂଚନାନୁଯାୟୀ ସାହାଣ ମେଲା ପରଠାରୁ ବନ୍ଦ ରହିଥିଲା ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଘୋଡାଇ ରଖିଥିବା ରୂପା ଘୋଡ଼କୁ ଜଣେ ସେବାୟତ କାଢ଼ି ନେବା ଘଟଣାରୁ ଉପୁଜିଥିଲା ବିବାଦ । ଏହି ବିବାଦ ତୀବ୍ର ରୂପ ନେଇଥିଲା ଓ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ