Friday, July 10, 2026
27.6 C
Odisha

    ୯୦ ବର୍ଷରେ ଆକାଶବାଣୀ କଟକ କେନ୍ଦ୍ର, ଜୁନ୍ ୮ରେ ପାଳନ କରିବ ପ୍ରତିଷ୍ଠା ଦିବସ

    ଆଗକୁ ପଢନ୍ତୁ

    କଟକ : ୯୦ ବର୍ଷରେ ପଦାର୍ପଣ କଲା ଆକାଶବାଣୀ କଟକ କେନ୍ଦ୍ର । ଆସନ୍ତା ଜୁନ୍ ୮ ରେ ଆକାଶବାଣୀ କଟକ କେନ୍ଦ୍ର ତା’ର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । କଟକ ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ରୀତା ପଟ୍ଟନାୟକ, ଅମିତ ଦାସ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ।

    ଖଗେଶ୍ୱର ମାର୍ଥା ଓ ତାଙ୍କ ସାଥୀମାନେ ପାଲା ପରିବେଷଣ କରିଥିଲା ବେଳେ ରବି ଶତପଥୀ ଓ ତାଙ୍କ ସାଥୀମାନେ ଦାସକାଠିଆ ପରିବେଷଣ କରିଥିଲେ । କଟକ ଆକାଶବାଣୀ କେନ୍ଦ୍ରର ର ପ୍ରାକ୍ତନ ଉପ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କେନ୍ଦ୍ରର ମୁଖ୍ୟ ଜେକେ ନାଗର ଏବଂ ଭି ଏ ରାମପ୍ରସାଦ ସ୍ଵାଗତ ଭାଷଣ ଦେଇଥିଲେ । ଶେଷରେ ଅତିଥିମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.6 ° C
    27.6 °
    27.6 °
    83 %
    2kmh
    100 %
    Fri
    27 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ