Tuesday, December 16, 2025
13.8 C
Odisha

    ୯୩ ତମ ଭାରତୀୟ ବାୟୁସେନା ଦିବସ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନଙ୍କ ସହ ତିନି ସେନା ମୁଖ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ । ଏ ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ସେପଟେ ହିଣ୍ଡନ ଏୟାପ ବେସରେ ବାୟୁସେନା ଦିବସ ପାଳନ କରାଯାଉଛି । ଏ ଅବସରନେ ପରେଡ୍ ସହ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ।

    ରାଫେଲ, ସୁଖୋଇ, ମିଗ୍-୨୯, ସି-୭ ଗ୍ଲୋବ ମାଷ୍ଟର, ଆକାଶ ମିସାଇଲ, ହରକୁଲେସ ଓ ଆପାଚେ ହ୍ୟାଲିକ୍ୟାପଟର ଭଳି ବାୟୁସେନା ବ୍ୟବହାର କରୁଥିବା ବିଭିନ୍ନ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯାଇଛି । ଏବେ ଅବସର ନେଇଥିବା ମିଗ-୨୧କୁ ବି ବାୟୁସେନା ଦିବସରେ ପ୍ରଦର୍ଶିତ କରାଯାଇଛି । ଗତ ୬ ଦଶନ୍ଧି ଧରି ମିଗ-୨୧ ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସିଛି । ହିଣ୍ଡନ ଏୟାର ବେସ୍ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଏୟାରବେସ୍ ହୋଇଥିବା ବେଳେ, ବାୟୁସେନାର ବହୁ ଅପରେସନ ଏଠାରୁ ହିଁ କରାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    56 %
    1.3kmh
    0 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    25 °

    ସମ୍ବନ୍ଧିତ