Wednesday, April 1, 2026
38.4 C
Odisha

    ୯ ମାସ ହେଲା ମିଳୁନି ଦରମା; ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ଗର୍ଜନ

    ଆଗକୁ ପଢନ୍ତୁ

    ଜୀବିକା ମିଶନ ଓ ମିଶନ ଶକ୍ତି ସହ ଜଡ଼ିତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଯଥା ଏମ୍‌ବିକେ, ସିଆର୍‌ପି, ଇସି ମେମ୍ବର, ପ୍ରାଣିମିତ୍ର, କୃଷିମିତ୍ର ଓ ବ୍ୟାଙ୍କମିତ୍ର ପରି ତୃଣମୂଳ ସ୍ତରର କର୍ମଚାରୀମାନଙ୍କୁ ଗତ ୯ ମାସ ହେଲା ଦରମା ମିଳିନି। ବାରମ୍ବାର ପ୍ରତିବାଦ କଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଗ୍ରାମାଞ୍ଚଳରେ ମହିଳାଙ୍କ ଉତ୍‌ଥାନ, ଆତ୍ମନିର୍ଭରତା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ରଖିଥିବା ଏହି ସ୍ୱଳ୍ପ ବେତନଧାରୀ ମହିଳାମାନଙ୍କ ପ୍ରତି ଅବିଚାରକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଉଥିବା ବେଳେ ସେମାନଙ୍କ ଚାକିରି ଏବଂ ଦରମାକୁ ନେଇ ରାଜ୍ୟ ସରକାର ଅସମ୍ଭବ ନିରବତା ପ୍ରଦର୍ଶନ କରୁଛନ୍ତି। ଯାହାକୁ ନେଇ ଲୋୟର ପିଏମଜିରେ ଠୁଳ ହୋଇଛନ୍ତି ହଜାର ହଜାର କର୍ମୀ । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ସରକାର ଶୁଣୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି କର୍ମଚାରୀ । ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡିଶାରେ ଥିବା ୬୦ ହଜାର କର୍ମା ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ