Monday, April 20, 2026
28.9 C
Odisha

    ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର

    ଆଗକୁ ପଢନ୍ତୁ

    ମାଲକାନଗିରି : ଶେଷ ନିଶ୍ୱାସ ନେଉଛି ମାଓ ସଙ୍ଗଠନ । ମାଓ ସଙ୍ଗଠନର ଅନ୍ତିମ ସଦସ୍ୟ ଏବେ ପୋଲିସ ନିକଟରେ ଅସ୍ତ୍ର ବିରତି ଅଭିଯାନରେ ସାମିଲ ହେଲେଣି । ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଧମତେରୀ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ୯ ହାର୍ଡକୋର ମାଓବାଦୀ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର । ରାୟପୁର IG ଏବଂ ଧମତେରୀ SP ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

    ସରେଣ୍ଡର ମାଓବାଦୀଙ୍କ ମଧ୍ୟରେ 7 ମହିଳା ମାଓବାଦୀ ଏବଂ ଦୁଇ ପୁରୁଷ ମାଓବାଦୀ ରହିଛନ୍ତି । ଆତ୍ମସମର୍ପଣ ମାଓବାଦୀ ସବୁ ଓଡିଶା ରାଜ୍ୟ କମ୍ମିଟି ସମେତ ସୀତା ନଦୀ ଏରିଆ କମ୍ମିଟି, ମେନପୁର ଏରିଆ କମ୍ମିଟି ସଦସ୍ୟ ଥୁଲେ । ୯ ଟି ଅଟମେଟିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ୯ ହାର୍ଡକୋର ମାଓବାଦୀ । ଏହି ସବୁ ବନ୍ଧୁକ ପୋଲିସଙ୍କ ଠାରୁ ଲୁଟି ନେଇଥିଲେ ମାଓବାଦୀ । ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ମୁଖ୍ୟ ଧାରାକୁ ଫେରିଛନ୍ତି ମାଓବାଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    54 %
    Sun
    29 °
    Mon
    43 °
    Tue
    43 °
    Wed
    43 °
    Thu
    44 °

    ସମ୍ବନ୍ଧିତ