Friday, September 20, 2024
24.1 C
Odisha

    ୱାୟନାଡ ଭୂସ୍ଖଳନର ୫ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ ଶିଶୁ

    ଆଗକୁ ପଢନ୍ତୁ

    କେରଳ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନର ରେସକ୍ୟୁ ଅଭିଯାନ ଏହା ମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଥିବା ବେଳେ ଏବେ ବି ୨୦୦ ଜଣ ନିଖୋଜ ରହିଥିବା ଅଫିସିଆଲ ଭାବେ କୁହାଯାଇଛି । ତେବେ ଏହା ମଧ୍ୟରେ କେରଳରୁ ଜଙ୍ଗଲରୁ ଏକ ଚମତ୍କାର କାହାଣୀ ସାମ୍ନାକୁ ଆସିଛି । ଝଡ଼, ତୋଫାନ, ବର୍ଷା, ମାଟି, କାଦୁଆ, ଭଗ୍ନ ଗୃହ ଭିତରୁ ଅନେକ ମୃତଦେହକୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରୁଥିବା ବେଳେ ଏବେ ୬ ଜଣ ଶିଶୁଙ୍କୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି । ଏହି ସମସ୍ତ ଶିଶୁମାନେ ଏବେ ନୂଆ ଜୀବନ ପାଇଛନ୍ତି ବୋଲି ସେମାନଙ୍କର ଫଟୋରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
    ୱାୟନାଡରେ ବନ ଅଧିକାରୀଙ୍କ ଦ୍ୱାରା ୮ ଘଣ୍ଟାର କଠିନ ସଂଘର୍ଷ ପରେ ଏକ ଆଦିବାସୀ ବସ୍ତିରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ରେସକ୍ୟୁ ଅଭିଯାନକୁ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ ପ୍ରଶଂସା କରିବା ସହ ସଙ୍କଟ ସମୟରେ ଏହା ପ୍ରକୃତ ବଳିଦାନ ବୋଲି କହିଛନ୍ତି । ଆମେ ଏକତ୍ର ହୋଇ ପୁନନିର୍ମାଣ କରିବା ଓ ମଜବୁତ ହୋଇ ଆଗକୁ ଯିବା ବୋଲି ସେ କହିଛନ୍ତି । ରେସକ୍ୟୁ ହୋଇଥିବା ଆଦିବାସୀ ସମ୍ପ୍ରଦାୟର ଶିଶୁଙ୍କ ମଧ୍ୟରେ ୪ ବର୍ଷର ୪ ଜଣ ଶିଶୁ ରହିଥିଲେ । ୱାୟନାଡର ପାନିୟା ସମ୍ପ୍ରଦାୟର ଏହି ପରିବାର ଏକ ପାହାଡ଼ ଗୁମ୍ଫା ଭିତରେ ଫଶି ରହିଥିଲା । ସେଠାରେ ଏକ ଗଭୀର ଖାଈ ରହିଥିବାରୁ ସେହି ସ୍ଥାନକୁ ପହଞ୍ଚିବାକୁ ବନ କର୍ମଚାରୀଙ୍କୁ ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ