Monday, March 30, 2026
40.5 C
Odisha

    RBI ରାଡାର୍‌ରେ Paytm, ଗୋଟିଏ PANରେ ୧୦୦୦ ଆକାଉଣ୍ଟ

    ଆଗକୁ ପଢନ୍ତୁ

    ଆର୍‌ବିଆଇ ରାଡାର୍‌ରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ। ପେଟିଏମ୍‌ ଉପରେ ଆକ୍ସନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଜାନୁଆରୀ ୩୧ ତାରିଖରେ ଆର୍‌ବିଆଇ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା। ଫାଷ୍ଟ୍ୟାଗ୍‌, ଓ୍ୱାଲେଟ୍‌ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଆରବିଆଇ କହିଛି ଯେ ଫେବୃଆରୀ ୨୯ ପରେ ପେଟିଏମ୍ ବ୍ୟାଙ୍କିଙ୍ଗ୍ ସେବା କାମ କରିବ ନାହିଁ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମର ସେୟାରରେ ବଡ଼ ଧରଣର ହ୍ରାସ ଘଟିଛି। ଦୁଇ ଦିନ ମଧ୍ୟରେ କମ୍ପାନୀର ସେୟାର ୪୦ ପ୍ରତିଶତ ହ୍ରାସ ପାଇଛି। ଏହାରି ଭିତରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତା’ର କାରଣ ସାମ୍ନାକୁ ଆସିଛି।

    ମନି ଲଣ୍ଡରିଂ ସନ୍ଦେହରେ ୱାଲେଟ୍ ପେଟିଏମ୍ ଏବଂ ଏହାର ବ୍ୟାଙ୍କିଙ୍ଗ୍ ଶାଖା ମଧ୍ୟରେ ଶହ ଶହ କୋଟି ଟଙ୍କାର ହେରଫେର କାରବାର ଯୋଗୁଁ ବିଜୟ ଶେଖର ଶର୍ମାଙ୍କ ଦ୍ୱାରା ପରିଚାଳିତ ସଂସ୍ଥାଗୁଡ଼ିକ ଉପରେ କଟକଣା ଲଗାଇଛି ଆର୍‌ବିଆଇ। ସୂତ୍ରରୁ ପ୍ରକାଶ ଯେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ରେ ଲକ୍ଷ ଲକ୍ଷ ଅଣ- KYC ଆକାଉଣ୍ଟ ରହିଛି।

    ହଜାର ହଜାର କ୍ଷେତ୍ରରେ ଏକାଧିକ ଆକାଉଣ୍ଟ ଖୋଲିବା ପାଇଁ ଗୋଟିଏ ପ୍ୟାନ ବ୍ୟବହାର କରାଯାଇଛି। ଏହାର ଅର୍ଥ ହେଉଛି ଗୋଟିଏ ପ୍ୟାନରେ ୧୦୦୦ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି। ଆର୍‌ବିଆଇ ଓ ଅଡିଟର୍ସ ଦ୍ୱାରା ତଦନ୍ତ ବେଳେ ଏହା ସାମ୍ନାକୁ ଆସିଛି। ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ପେଟିଏମ୍‌ ଦାଖଲ କରିଥିବା କାଗଜପତ୍ର ତ୍ରୁଟିପୂର୍ଣ୍ଣ ରହିଛି। ପେଟିଏମ୍‌ ବ୍ୟାଙ୍କ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡିଛି। ଏହାପରେ ଆର୍‌ବିଆଇ ତରଫରୁ ପେଟିଏମ୍‌ ବ୍ୟାଙ୍କ ଉପରେ ଆକ୍ସନ ନିଆଯାଇଛି।

    ସେଥିଲାଗି ରିଜର୍ଭ ବ୍ୟାଙ୍କ୍‌ ‘ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ ଲିମିଟେଡ୍‌’କୁ ଜମା ପାଇଁ ଟଙ୍କା ଗ୍ରହଣ ସମେତ ସମସ୍ତ କାରବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଫେବ୍ରୁଆରି ୨୯ ପରେ ‌ଗ୍ରାହକମାନେ ଆଉ ‘ପେଟିଏମ୍‌’ ଦ୍ୱାରା ଦେଣନେଣ କରିପାରିବେ ନାହିଁ। ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି, ଯଦି ଅର୍ଥ ହେର୍‌ଫେର୍‌ ହେବାର କୌଣସି ପ୍ରମାଣ ମିଳେ ତେବେ ଇଡି ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଯାଞ୍ଚ କରିବ।

    ସେପଟେ ଏହି ମାମଲାକୁ ନେଇ କିନ୍ତୁ, ‘ପେଟିଏମ୍‌’ର ସଂସ୍ଥାପକ ବିଜୟଶେଖର ଶର୍ମା ରିଜର୍ଭ ବ୍ୟାଙ୍କ୍ କଟକଣା ଜାରି କରିଥିବା କଥାକୁ ଅସ୍ୱୀକାର କରିଛନ୍ତି। ପେଟିଏମ୍ ସ୍ପଷ୍ଟ କରିଛି ଯେ କମ୍ପାନୀ ଏବଂ One97 କମ୍ୟୁନିକେସନ୍ ସିଇଓ ବିଜୟ ଶେଖର୍ ଶର୍ମା ମନିଲଣ୍ଡରିଂ ପାଇଁ ଇଡି ରାଡାର୍‌ରେ ଆସି ନାହାଁନ୍ତି। ଏଭଳି ପ୍ରସଙ୍ଗରେ ବ୍ୟାଙ୍କ ସମ୍ପୂର୍ଣ୍ଣ ସହଯୋଗ କରିବ।

    ଉଲ୍ଲେଖଯୋଗ୍ୟ, ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ପାଖରେ ପ୍ରାୟ ୩୫ କୋଟି ଇ-ଓ୍ୱଲେଟ୍‌ ରହିଛି। ଏଥିରୁ ପ୍ରାୟ ୩୧ କୋଟି ଆକ୍ଟିଭ୍‌ ନାହିଁ। ସେହିପରି ୪ କୋଟି ଆକାଉଣ୍ଟରେ ଟଙ୍କା ନାହିଁ କିମ୍ବା କମ୍‌ ଟଙ୍କାରେ ଚାଲୁଛି। ଏହାର ଅର୍ଥ ସେଠାରେ ବହୁ ସଂଖ୍ୟକ ନିଷ୍କ୍ରିୟ ଖାତା ଅଛି। ସେହିପରି ଲକ୍ଷ ଲକ୍ଷ ଆକାଉଣ୍ଟରେ KYC ଅପଡେଟ୍ ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ