Thursday, April 2, 2026
26.4 C
Odisha

    ବେଆଇନ ଧର୍ମାନ୍ତରୀକରଣ ମାମଲାରେ ୧୨ ଜଣକୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ବେଆଇନ ଧର୍ମାନ୍ତରୀକରଣ ମାମଲାରେ ମୌଲାନା ଉମର ଗୌତମ, ମୌଲାନା କଲିମ ସିଦ୍ଦିକି ଓ ଅନ୍ୟ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଥିବା ବେଳେ ୪ ଦୋଷୀ ରାହୁଲ ଭୋଲା, ମନ୍ନୁ ଯାଦବ ଓରଫ ଅବଦୁଲ ମନ୍ନାନ, ମହମ୍ମଦ ସଲିମ, କୁନାଲ ଅଶୋକ ଚୌଧୁରୀ ଓରଫ ଆତିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏନଆଇଏ-ଏଟିଏସ୍ ସ୍ୱତନ୍ତ୍ର କୋର୍ଟର ବିଚାରପତି ବିବେକାନନ୍ଦ ଶରଣ ତ୍ରିପାଠୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

    ଉତ୍ତରପ୍ରଦେଶରେ ଏହା ହେଉଛି ପ୍ରଥମ ଘଟଣା ଯେଉଁଥିରେ ଏକାସାଙ୍ଗରେ ୧୬ ଜଣଙ୍କୁ ଦଣ୍ଡିତ କରାଯାଇଛି । ସେପ୍ଟେମ୍ବର ୧୦ରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ସମୁଦାୟ ୧୭ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ଅନ୍ୟତମ ଅଭିଯୁକ୍ତ ଇଦ୍ରିଶ କୁରେଶୀଙ୍କୁ ହାଇକୋର୍ଟରୁ ସୁରକ୍ଷା ମିଳିଛି।
    ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀମାନେ ହେଲେ ପ୍ରକାଶ ରାମେଶ୍ୱର କାନୱଡେ ଓରଫ ଆଦାମ, କୌସର ଆଲାମ, ଭୁପ୍ରିୟା ବନ୍ଦୋ ଓରଫ ଅରସଲାନ ମୁସ୍ତାଫା, ଡାକ୍ତର ଫରାଜ ବାବୁଉଲ୍ଲା ଶାହ, ମୁଫତି କାଜି ଜାହାଙ୍ଗୀର ଆଲମ କସ୍ମି, ଇରଫାନ୍ ଶେଖ୍ ଓରଫ ଇରଫାନ ଖାନ୍, ସଲାହୁଦ୍ଦିନ ଶେଖ୍, ଅବଦୁଲ୍ଲା ଓମାର, ଧୀରଜ ଗୋବିନ୍ଦ ରାଓ ଜଗତାପ ଓ ସରଫରାଜ ଅଲ୍ଲୀ ଜାଫରୀ। ଦେଶର ବିଭିନ୍ନ ଅଞ୍ଚଳରୁ ଏଟିଏସ୍ ସେମାନଙ୍କୁ ଗିରଫ କରିଥିଲା। ୨୦୨୧ ଜୁନ୍ ୨୦ତାରିଖରେ ଏଟିଏସ୍ ଥାନାରେ ଏହି ମାମଲା ରୁଜୁ ହୋଇଥିଲା।

    ଉତ୍ତରପ୍ରଦେଶରେ ଏହା ହେଉଛି ପ୍ରଥମ ଘଟଣା ଯେଉଁଥିରେ ଏକାସାଙ୍ଗରେ ୧୬ ଜଣଙ୍କୁ ଦଣ୍ଡିତ କରାଯାଇଛି । ସେପ୍ଟେମ୍ବର ୧୦ରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ସମୁଦାୟ ୧୭ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ଅନ୍ୟତମ ଅଭିଯୁକ୍ତ ଇଦ୍ରିଶ କୁରେଶୀଙ୍କୁ ହାଇକୋର୍ଟରୁ ସୁରକ୍ଷା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ