Saturday, April 11, 2026
33.7 C
Odisha

    ଅନନ୍ତନାଗ ଏନକାଉଣ୍ଟର : ୨ ଯବାନ ସହିଦ, ଆଉ ୩ ଆହତ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଶନିବାର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଛନ୍ତି ଓ ଆଉ ୩ ଯବାନ ଆହତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୫ ଜଣ ଯବାନ ଆହତ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ । ୩ ଜଣ ଆହତ ଯବାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
    ଅଧିକାରୀମାନେ କହିଛନ୍ତି ଯେ ଦକ୍ଷିଣ କଶ୍ମୀର ଜିଲ୍ଲାର କୋକେରନାଗ ଅଞ୍ଚଳର ଅହଲାନ ଗାଡୋଲେରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସର୍ଚ୍ଚ ପାର୍ଟି ଉପରକୁ ଗୁଳି ଚଳାଇବା ପରେ ସୁରକ୍ଷାବାହିନୀ ଏହାର ଜବାବ ଦେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

    ସର୍ବଶେଷ ସୂଚନା ଅନୁସାରେ ଏବେ ବି ଏନକାଉଣ୍ଟର ଜାରି ରହିଛି । ପାଟ୍ରୋଲିଂ ଟିମ୍ କୋକେରନାଗ ସବ୍ ଡିଭିଜନର ଜଙ୍ଗଲରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଛି। ବିଦେଶୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନାର ସ୍ପେଶାଲ ଫୋର୍ସ ଏବଂ ପାରାଟ୍ରୁପର ମଧ୍ୟ ଏହି ଅପରେସନରେ ସାମିଲ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ