Saturday, March 21, 2026
19.7 C
Odisha

    ଭିତରକନିକାରେ ୨୧୮ ନବରଙ୍ଗୀ ଚଢ଼େଇ

    ଆଗକୁ ପଢନ୍ତୁ

    ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ‘ମ୍ୟାନଗ୍ରୁଭ୍‌ ପିଟା’ ବା ନବରଙ୍ଗୀ ଚଢେଇଙ୍କ ଗଣନା ଶେଷ ହୋଇଛି। ଗତକାଲି ଗୋଟିଏ ଦିନରେ ୩୬ଟି ଟିମ୍‌ରେ ୭୨ଜଣ ବନକର୍ମଚାରୀ ୫ଟି ରେଞ୍ଜ୍‌ରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ। ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନର ୫ଟି ରେଞ୍ଜ୍‌ ମଧ୍ୟରୁ ୩ଟିରେ ୨୧୮ ନବରଙ୍ଗୀ ଚଢେଇଙ୍କୁ ଚିହ୍ନଟ କରାଯାଇଥିଲା। ଗହୀରମଥା ଓ କୁଜଙ୍ଗ ରେଞ୍ଜରେ ଦେଖିବାକୁ ମିଳି ନ ଥିବା ବେଳେ ମହାକାଳପଡା, ରାଜନଗର ଓ କନିକା ରେଞ୍ଜରେ ଏଭଳି ୨୧୮ଟି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। କନିକା ରେଞ୍ଜର ଭିତରକନିକା ଫରେଷ୍ଟ ବ୍ଲକ ଅଞ୍ଚଳରେ ସର୍ବାଧିକ ୩୨ଟି ନବରଙ୍ଗୀ ଚଢେଇ ଚିହ୍ନଟ କରାଯାଇଥିଲା।ସୂଚନା ଥାଉ କି, ଗତବର୍ଷଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଏହି ପକ୍ଷୀଙ୍କ ଗଣନା କରାଯାଉଛି। ଗତବର୍ଷ ୧୭୯ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୨୧୮କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷଠାରୁ ୩୯ଟି ପକ୍ଷୀ ଅଧିକ ଚିହ୍ନଟ କରାଯାଇଛି। ନବରଙ୍ଗୀ ଚଢେଇ ଦକ୍ଷିଣପୂର୍ବ ଓ ଦକ୍ଷିଣ ଏସିଆରେ ଅଧିକ ସଂଖ୍ୟାରେ ଦେଖାଯା’ନ୍ତି। ଭାରତୀୟ ପକ୍ଷୀ ଇଣ୍ତିଆନ ପିଟା, ଫେରି ପିଟା ପ୍ରଜାତିର ପକ୍ଷୀଙ୍କ ସହିତ ଏମାନଙ୍କ ସାମଞ୍ଜସ୍ୟ ରହିଛି। ପୁରୁଷ ପକ୍ଷୀ ମା’ ପକ୍ଷୀଠାରୁ ସାମାନ୍ୟ ବଡ଼। ଏହି ପକ୍ଷୀର ଦେହରେ ଇନ୍ଦ୍ରଧନୁ ପରି ୯ଟି ରଙ୍ଗ ଦେଖିବାକୁ ମିଳିଥାଏ। ୧୯୬୩ ମସିହାରେ ଜର୍ମାନର ପ୍ରସିଦ୍ଧ ପକ୍ଷୀ ବିଷାରଦ ହର୍ମାନ ସ୍ଲେଜର ପ୍ରଥମେ ଏହି ପକ୍ଷୀଙ୍କୁ ଆବିଷ୍କାର କରି ଇନ୍ଦ୍ରଧନୁର ରଙ୍ଗ ସହ ତୁଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ