Saturday, October 10, 2026
24.5 C
Odisha

    ନିଆଁ ଆଁରେ କଳିଙ୍ଗାଘାଟି ଜଙ୍ଗଲ: ୭ କିମି ପର୍ଯ୍ୟନ୍ତ ଜଳୁଛି

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ନିଆଁ ଆଁରେ ଏବେ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗାଘାଟି ଜଙ୍ଗଲ। ୭ କିଲୋମିଟର ବ୍ୟାପୀ ନିଆଁ ହୁତ୍‌ହୁତ୍ ହୋଇ ଜଳୁଥିବାରୁ ବନ ବିଭାଗର ଚିନ୍ତା ବଢ଼ିଯାଇଛି। ଫୁଲବାଣୀ ଡିଏଫ୍‌ଓ ପ୍ରଶାନ୍ତ ପଟେଲ ଓ ସ୍ଥାନୀୟ ବନବିଭାଗ ଅଧିକାରୀ କାଜଲ ନାୟକଙ୍କ ନେତୃତ୍ବରେ କର୍ମଚାରୀମାନେ ଫାୟାର୍‌ଲାଇନ୍ କାଟିବା ସହ ଶୁଖିଲାପତ୍ର ସଫା କରୁଥିବା ଦେଖିବାକୁ ମିଳିଛି। କଳିଙ୍ଗା ଘାଟିର ଲମ୍ବ ପ୍ରାୟ ୧୦ କିମି ହୋଇଥିବା ବେଳେ ୬ କିମି ପର୍ଯ୍ୟନ୍ତ ସୀମା ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡ ଅଧୀନରେ ରହିଛି। ବଳକା ଜଙ୍ଗଲ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବନ ବିଭାଗ ଅଧୀନରେ ରହିଛି। ଗତ ତିନିଦିନ ହେଲା ଗଞ୍ଜାମ ସୀମାନ୍ତରୁ ଏହି ନିଆଁ ଘୁ.ଉଦୟଗିରି ଅଞ୍ଚଳର ଜଙ୍ଗଲକୁ ବ୍ୟାପୁଥିବା ଦେଖିବାକୁ ମିଳିଛି। ଉଲିଙ୍ଗିଆ ଓ ଭାଲିଙ୍ଗିଆ ଜଙ୍ଗଲ ପଟୁ ନିଆଁ ବ୍ୟାପିବା ସହ ସାରା ଜଙ୍ଗଲ ଧୂଆଁମୟ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତି‌ରେ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ଆହ୍ବାନ ସଦୃଶ ହୋଇଛି। ସେପଟେ କର୍ମଚାରୀ ଅଭାବ ଚିନ୍ତାକୁ ଦ୍ବିଗୁଣିତ କରିଛି। ଗତବର୍ଷ ମଧ୍ୟ ଗ୍ରୀଷ୍ମଋତୁ ଆରମ୍ଭରୁ କଳିଙ୍ଗା ଘାଟି ଜଙ୍ଗଲରେ ନିଆଁର କରାଳ ରୂପ ଦେଖିବାକୁ ମିଳିଥିଲା। ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ତାତିକୁ ଦ୍ୱିଗୁଣିତ କରିଦେଇଛି। ଜଙ୍ଗଲର ବହୁ ମୂଲ୍ୟବାନ ଗଛ ପୋଡ଼ିଯିବା ସାଙ୍ଗକୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃ୍ଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ