Sunday, June 1, 2025
31.6 C
Odisha

    ତାତିରୁ ମିଳିବ ତ୍ରାହି: ୨୪ ଘଂଟା ପରେ ରାଜ୍ୟରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ତାତିରୁ ମିଳିବ ତ୍ରାହି । ୨୪ ଘଂଟା ପରେ ତାତିରୁ ନିସ୍ତାର ମିଳିବ । କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ଅ ଆସନ୍ତା ୨୪ ଘଂଟା ବଳବତର ରହିବ ହିଟ୍ ୱେଭ । ନୟାଗଡ, ବଲାଙ୍ଗିର, ଭଦ୍ରକ, ଗଜପତି ଓ ବୌଦ୍ଧରେ ଆସନ୍ତା ୨୪ ଘଂଟା ଗ୍ରୀଷ୍ମପ୍ରବାହ ଜାରି ରହିବ । ଗତକାଲି ଅପେକ୍ଷା ଆଜି ତାପମାତ୍ରା କମିଥିଲେ ବି ଗରମ ଓ ଗୁଳୁଗୁଳି ଲାଗି ରହିଛି । କାଲି କିଛି ଜିଲ୍ଲାରେ କୁଆପଥର ବର୍ଷ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କନାଳ, କେନ୍ଦୁଝର, ଯାଜପୁର ଓ କଟକରେ କୁଆପଥର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦୁଇ ଦିନରେ ସାରା ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ୮ ତାରିଖରେ କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡିରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.6 ° C
    31.6 °
    31.6 °
    42 %
    2.3kmh
    92 %
    Sun
    31 °
    Mon
    39 °
    Tue
    36 °
    Wed
    39 °
    Thu
    40 °

    ସମ୍ବନ୍ଧିତ