Saturday, October 10, 2026
22.4 C
Odisha

    ଓଡିଶାବାସୀଙ୍କୁ ସୁଶାସନ ଦେବା ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୬/୦୪: ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ୪୫ ତମ ସ୍ଥାପନା ଦିବସ ପାଳନ କରୁଛି । ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଏବଂ ସଂକଳ୍ପ ମାଧ୍ୟମରେ ଅନ୍ତଦ୍ୟୋୟକୁ ଅଗ୍ରାଧିକାର ଦେଇ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ବିଜେପି ସଦସ୍ୟଙ୍କ ସଂଖ୍ୟା ହେଉଛି ୧୮ କୋଟିରୁ ଉର୍ଦ୍ଧ୍ୱ । ୧୯୮୪ ମସିହା ସାଧାରଣ ନିର୍ବାଚନରେ ବିଜେପି ମାତ୍ର ୨ଟି ସାଂସଦ ନିର୍ବାଚିତ ହୋଇଥିବାବେଳେ ଆଗାମୀ ଲୋକସଭା ନିର୍ବାଚନରେ ୪୦୦ରୁ ଉର୍ଦ୍ଧ୍ୱ ଆସନ ଜିତିବା ଲକ୍ଷ୍ୟ ରଖିଛି । ୪୪ ବର୍ଷର ଯାତ୍ରାରେ ବିଜେପି ସର୍ବଦା ଦେଶର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇଆସିଛି । କୋଟି କୋଟି କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି, ଯାହା ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ । ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ, ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ରାଷ୍ଟ୍ରବାଦୀ ରାଜନୈତିକ ଦଳ ବିଜେପି ପରବର୍ତୀ ସମୟରେ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଏବଂ ବର୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱ କାରଣରୁ ବିକଶିତ ଭାରତ ଗଠନର ସଂକଳ୍ପ, ସିଦ୍ଧି ହେବାକୁ ଯାଉଛି ।
    “ସେବା ହିଁ ସଂଗଠନ”କୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି । ସଶକ୍ତ ଭାରତବର୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଆମ ସମସ୍ତଙ୍କର ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ବିଜେପି ଏବଂ ମୋଦିଜୀଙ୍କ ନେତୃତ୍ୱ ପ୍ରତି ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଛି । ବର୍ତମାନ ଓଡ଼ିଶାରେ ବିକଳ୍ପ ସରକାର ଗଢିବା ପାଇଁ ଏବଂ ସୁଶାସନ ଦେବା ପାଇଁ ଓଡିଶାବାସୀ ଅନେକ ଆଶା ଓ ଆକାଂକ୍ଷା ସହିତ ବିଜେପି ଉପରେ ଆସ୍ଥାପ୍ରକଟ କରିଛନ୍ତି । ଏଥି ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ । ଗରୀବ ଶ୍ରେଣୀ ଲୋକଙ୍କ ଜୀବନମାନରେ ଉନ୍ନତି ଅଣିବା ପାଇଁ ବିଜେପି ସଂକଳ୍ପବଦ୍ଧ । ରାଜ୍ୟରେ ଥିବା ବହୁମୁଳ୍ୟ ଖଣିଜ ସଂପଦ, ସୁଦୀର୍ଘ ବେଳାଭୂମି, ପର୍ଯ୍ୟଟନସ୍ଥଳର ବିକାଶ କରାଯାଇ ଅଗଣିତ ମହିଳା, ଯୁବକ, ଛାତ୍ରଛାତ୍ରୀ, କୃଷକବର୍ଗର ସାମୁହିକ ବିକାଶ ପାଇଁ ମଧ୍ୟ ବିଜେପି ପ୍ରତିଶୃତିବଦ୍ଧ । ବିଶ୍ୱ ଦରବାରରେ ଓଡିଶାର ମାନ ଓ ସମ୍ମାନକୁ ପ୍ରତିଷ୍ଠିତ କରିବା ପାଇଁ ଓଡିଆ ଭାଷା, ଅସ୍ମିତା, ସଂସ୍କୃତି, ଐତିହ୍ୟ,କଳା ଓ ଭାସ୍କର୍ଯ୍ୟକୁ ସଠିକ ବ୍ୟବହାର କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଦଳୀୟ ପତାକା ଉତୋଳନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
    ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ସାସଂଦ ପର୍ଶୁରାମ ମାଝୀ, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ପାର୍ଟୀର ଅନେକ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
    ରାଜ୍ୟର ପ୍ରତ୍ୟେକ ବୁଥ୍ ସ୍ତରରେ ସ୍ଥାପନା ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ