Wednesday, September 9, 2026
24.4 C
Odisha

    ଗୋଟିଏ ଦିନରେ ୩ ବିମାନ ଦୁର୍ଘଟଣା, ୧୭୯ ମୃତ

    ଆଗକୁ ପଢନ୍ତୁ

    ସିଓଲ: ଗତ ୨୪ ଘଣ୍ଟା ବିମାନଜଗତ ପାଇଁ ବେଶ ଦୁଃଖଦ ଥିଲା । ଏହି ୨୪ ଘଣ୍ଟାରେ ୩ଟି ବିମାନ ଦୁର୍ଘଟଣା ହୋଇ ୧୭୯ ଜଣ ମୃତ୍ୟୁବରଣ କରିଛନ୍ତି । ସବୁଠୁ ବଡ଼ ଦୁର୍ଘଟଣା ହୋଇଛି ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ । ସେଠାରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ବ୍ୟାଙ୍କକ୍ରୁ ଫେରୁଥିବା ଏହି ବିମାନରେ ୬ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୧୮୧ ଜଣ ଯାତ୍ରୀ ଥିଲେ। ଏଥିରେ ୨ ଜଣ ଥାଇଲାଣ୍ଡର ଓ ଅନ୍ୟମାନେ ଦକ୍ଷିଣ କୋରିଆର ବୋଲି ଜଣାପଡ଼ିଛି। ଶନିବାର ରାତିରେ ଏୟାର କାନାଡାର ଏକ ବିମାନକୁ ହାଲିଫ୍ୟାକ୍ସ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ପାଲ ଏୟାରଲାଇନ୍ସର ବିମାନ ଏସି୨୨୫୯ ଶନିବାର ରାତିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା ।

    ଅନ୍ୟପକ୍ଷରେ ଶନିବାର ବିଳମ୍ବିତ ରାତିରେ ନରୱେର ଓସ୍ଲୋ ଟର୍ପ ସାଣ୍ଡଫିଓର୍ଡ ବିମାନ ବନ୍ଦରରେ ଜରୁରୀଅବତରଣ ସମୟରେ କେଏଲ୍ଏମ୍ ରୟାଲ୍ ଡଚ୍ ଏୟାରଲାଇନ୍ସର ଏକ ବିମାନ ରନୱେରୁ ଖସି ଯାଇଥିଲା। ଓସ୍ଲୋ ଏୟାରପୋର୍ଟରୁ ଆମଷ୍ଟରଡାମ ଅଭିମୁଖେ ଉଡ଼ାଣ ଭରିଥିବା ବୋଇଂ ୭୩୭-୮୦୦ ବିମାନର ହାଇଡ୍ରୋଜେନ ସିଷ୍ଟମରେ ସମସ୍ୟା ଦେଖାଦେଇଥିଲା। ଏହାପରେ ବିମାନଟି ଓସ୍ଲୋଠାରୁ ୧୧୦ କିଲୋମିଟର ଦକ୍ଷିଣରେ ଥିବା ସାନ୍ଧଫିଓର୍ଡ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସୁରକ୍ଷିତ ଅବତରଣ ସତ୍ତ୍ୱେ ବିମାନଟି ରନୱେରୁ ଖସି ପଡ଼ି ନିକଟସ୍ଥ ଘାସ ପଡ଼ିଆରେ ଅଟକି ଯାଇଥିଲା। ଏହି ବିମାନରେ ସମୁଦାୟ ୧୮୨ ଜଣ ଯାତ୍ରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    93 %
    1.5kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ