Tuesday, October 28, 2025
22.7 C
Odisha

    ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ

    ଆଗକୁ ପଢନ୍ତୁ

    ନଭି ମୁମ୍ବାଇ: ବାଂଲାଦେଶରେ ଏକ ଗମ୍ଭୀର ପରିସ୍ଥିତି ମଧ୍ୟରେ ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ କରି ସେଠାରୁ ନଭି ମୁମ୍ବାଇରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନଭି ମୁମ୍ବାଇରେ ପହଞ୍ଚିବା ପରେ କୋପରଖାଇରାନେ ଅଞ୍ଚଳରେ ବେଆଇନ ଭାବେ ରହୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।
    ବାଂଲାଦେଶରେ ନିର୍ବାଚିତ ସରକାର ବିତାଡ଼ିତ ହେବା ସହ ଅନ୍ତରୀଣ ସରକାର ଗଠନ ପରେ ମଧ୍ୟ ହିଂସା ଓ ବିକ୍ଷୋଭ ଜାରି ରହିଛି। ଅନ୍ତରୀଣ ସରକାରଙ୍କ ନେତା ମହମ୍ମଦ ୟୁନୁସ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ସତ୍ତ୍ୱେ ଦେଶରେ ହିଂସା କାଣ୍ଡ ଘଟୁଥିବା ଖବର ସାମ୍ନାକୁ ଆସୁଛି । ଏପରିସ୍ଥିତି ଲକ୍ଷ ଲକ୍ଷ ଲୋକ ଭାରତ ସୀମାରେ ପହଞ୍ଚିଛନ୍ତି ଓ ଭାରତରେ ଶରଣ ପାଇଁ ଆଶାୟୀ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବି ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି । ସେହିପରି ହିନ୍ଦୁ ଶରଣାର୍ଥୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଏକ ସତନ୍ତ୍ର କମିଟି ଗଠନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    22.7 ° C
    22.7 °
    22.7 °
    98 %
    1.5kmh
    100 %
    Tue
    23 °
    Wed
    26 °
    Thu
    28 °
    Fri
    30 °
    Sat
    28 °

    ସମ୍ବନ୍ଧିତ