ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ନୂଆ ଇତିହାସ କରିଛି । ଜାପାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ମାତ୍ର ୨ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବିଶ୍ୱ ରେକର୍ଡ଼ କରିଛି । ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦ଟି ମ୍ୟାଚ୍ ଜିତିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟିଛି । ଭାରତ ଟି୨୦ ଯାତ୍ରା ଆରମ୍ଭ ୨୦୦୬ରେ ସାଉଥ ଆଫ୍ରିକା ବିପକ୍ଷରେ କରିଥିଲା ।
୨୦୦୬ରେ ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳି ବିଜୟ ପାଇଥିଲା । ଟିମ୍ ଇଣ୍ଡିଆ ନିଜର ପ୍ରଥମ ୫୦ତମ, ୧୦୦ତମ, ୧୫୦ତମ ଏବଂ ଏବେ ୨୦୦ତମ ମାଇଲଷ୍ଟୋନ୍ ମ୍ୟାଚରେ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ୨୦୧୭ରେ ଶ୍ରୀଲଙ୍କାକୁ ହରାଇ ୫୦ତମ ବିଜୟ ହାସଲ କରିଥିଲା । ସେହିପରି ୨୦୨୨ରେ ୱେଷ୍ଟଇଣ୍ଡିଜକୁ ହରାଇ ୧୦୦ତମ ମ୍ୟାଚ୍ ଜିତିଥିଲା । ୨୦୨୪ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ୧୫୦ତମ ମ୍ୟାଚ ନିଜ ନାମରେ କରିଥିଲା । ଏବେ ଜାପାନକୁ ୨୦୦ ତମ ମ୍ୟାଚରେ ହରାଇ ଭାରତ ଜିତିଛି ।
ଭାରତ ୨୦୦୬ ଡିସେମ୍ବର ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଟି-୨୦ ମ୍ୟାଚ୍ ୬ ୱିକେଟରେ ଜିତିଥିଲା । ଏହାପରେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୫୦ତମ ବିଜୟ (୭ ୱିକେଟ୍), ୨୦୨୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୦ତମ ବିଜୟ (୮ ରନ୍) ଏବଂ ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ତମ ବିଜୟ (୨୪ ରନ୍) ହାସଲ କରିଥିଲା । ଏବେ ୨୦୨୬ରେ ଜାପାନକୁ ହରାଇ ନିଜର ୨୦୦ତମ ବିଜୟ ସହ ଇତିହାସ ରଚିଛି ।
ବର୍ଷା ଯୋଗୁଁ ୫-୫ ଓଭର ବିଶିଷ୍ଟ କରାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ହରାଇ ମାତ୍ର ୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ୩୩ ରନର ଲକ୍ଷ୍ୟ ପିଛା କରୁଥିବା ଜାପାନ ଦଳକୁ ଶେଷ ଓଭରରେ ଜିତିବା ପାଇଁ ୮ ରନ୍ ଦରକାର ଥିବା ବେଳେ ଶେଷ ବଲରେ ଜାପାନକୁ ୪ ରନ୍ ଆବଶ୍ୟକ ଥିବା ବେଳେ ମାତ୍ର ୧ ରନ୍ ହୋଇପାରିଥିଲା । ଯାହା ଫଳରେ ଭାରତ ୨ ରନରେ ମ୍ୟାଚ୍ ଜିତି ନେଇଥିଲା ।
