Sunday, October 18, 2026
24 C
Odisha

    କାର୍‌ ସହ ବସ୍‌ ଧକ୍କା ହୋଇ ଚାଲିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ

    ଆଗକୁ ପଢନ୍ତୁ

    ଅଲପ୍ପୁଝା: କେରଳର ଅଲପ୍ପୁଝା ଜିଲ୍ଲା‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ରାଷ୍ଟ୍ରାୟତ୍ତ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ଯାତ୍ରୀବାହୀ ବସ୍ ସହିତ କାର୍‌ ଧକ୍କା ହେବା ଫଳରେ ପାଞ୍ଚ ଜଣ ଏମବିବିଏସ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।ମୃତକମାନେ ହେଉଛନ୍ତି ମହମ୍ମଦ, ମୁହାସିନ୍, ଇବ୍ରାହିମ, ଦେବାନନ୍ଦ ଏବଂ ଶ୍ରୀଦୀପ। ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯିବା ବେଳେ ମୃତ୍ୟୁ ଘଟିଛି।ପୀଡ଼ିତମାନେ ଭନ୍ଦନମ୍‌ ମେଡିକାଲ୍‌ କଲେଜ୍‌ର ପ୍ରଥମ ବର୍ଷର ଛାତ୍ର ଥିଲେ।

    ରାତି ପ୍ରାୟ ୯ଟା ବେଳେ ୭ ଜଣ ଛାତ୍ର ମିଶି ଏକ ଚେଭରୋଲେଟ୍‌ ଟ୍ରାଭେରାରେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ କାର୍‌ଟି ପୂରାପୂରି ଭାଙ୍ଗିରୁଜି ଚୁର୍‌ମାର୍‌ ହୋଇଯାଇଛି। ଏହି ସମୟର ଏକ ଭିଜୁଆରେ ଦେଖିବାକୁ ମିିଳିଛି ଯେ କାର୍‌ଟିର ସବୁତକ କାଚ ଭାଙ୍ଗି ଖସି ପଡ଼ିଥିବା ବେଳେ ବସ୍ ର ବୋନେଟ୍ ନଷ୍ଟ ହୋଇଯାଇଛି।ଏହି ସଂର୍କରେ ଅଧିକାରୀଙ୍କ କହିବାନୁସାରେ, କାର୍‌ ଫସି ରହିଥିବା ପୀଡ଼ିତମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କରିବା ପାଇଁ କାର୍‌କୁ କାଟିବା ଦରକାର ପଡ଼ିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ