Monday, September 28, 2026
23.6 C
Odisha

    ଆମେରିକାରେ ନର୍ଗୀସ ଫକ୍ରିଙ୍କ ଭଉଣୀଙ୍କ ବିରୋଧରେ ହତ୍ୟା ଅଭିଯୋଗ

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସିଟିରେ ନିଜ ପୂର୍ବତନ ପ୍ରେମିକଙ୍କ ଘରେ ସାଂଘାତିକ ଅଗ୍ନିକାଣ୍ଡ ଘଟାଇବା ସହ ଅଭିନେତ୍ରୀ ନର୍ଗୀସ ଫକ୍ରିଙ୍କ ଭଉଣୀ ଆଲି ଫକ୍ରିଙ୍କ ବି‌ରୋଧରେ ହତ୍ୟା ଅଭିଯୋଗ ଆସିଛି।ଓକିଲମାନେ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୨୩ ତାରିଖରେ ୪୩ ବର୍ଷୀୟା ଆଲିଆ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଯାଦବ ଘରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡରେ ତାଙ୍କ ପ୍ରେମିକଙ୍କ ସହ ପ୍ରେମିକଙ୍କ ୩୫ ବର୍ଷୀୟ ବନ୍ଧୁ ଆନାସ୍ତାସିଆ ଏଟିଏନେଙ୍କ ମୃତ୍ୟୁ ଘଟିଛି।

    ଓକିଲଙ୍କ କହିବାନୁସାରେ, ପ୍ରେମିକ ଯାଦବ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କରୁ ଓହରି ଯିବାରୁ ରାଗି ଯାଇଥିଲେ ଆଲିଆ। ସେ ରାଗରେ ନିଜର ଭାରସାମ୍ୟ ହରାଇ ଏପରି କରି ବସିଛନ୍ତି।

    ଫକ୍ରିଙ୍କ ବିରୋଧରେ ହତ୍ୟା ଓ ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଡିସେମ୍ବର ୯ ତାରିଖରେ ତାଙ୍କର ପରବର୍ତ୍ତୀ କୋର୍ଟ ଶୁଣାଣି ଧାର୍ଯ୍ୟ କରାଯାଇଛି।

    ଅଭିଯୋଗ ଅନୁଯାୟୀ, ଫକ୍ରି ସକାଳ ପ୍ରାୟ ୬.୨୦ ସମୟରେ ଘରେ ନିଆଁ ଲଗାଇ ‘ତମେ ସବୁ ଆଜି ମରିବ’ ବୋଲି କହି ଚିତ୍କାର କରୁଥିବାର ଶୁଣିବାକୁ ମିଳିଥିଲା।

    ଇଟିଏନ୍ ଶୋଇଥିବା ଯାଦବଙ୍କୁ ଜଳୁଥିବା କୋଠରୀରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଉଭୟେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସେମାନଙ୍କୁ ଜୀବନ ଚାଲି ଯାଇଥିଲା।

    ଯାଦବଙ୍କ ମା ଜାନେଟ୍ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ଯେ ତାଙ୍କ ପୁଅ ଏକ ବର୍ଷ ପୂର୍ବେ ଫକ୍ରିଙ୍କ ସହ ସମ୍ପର୍କ ଛିନ୍ନ କରିଦେଇଥିଲେ ଏବଂ ତାଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ। ହେଲେ ଫକ୍ରି ଏହାକୁ ଗ୍ରହଣ କରି ପାରୁନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ