Tuesday, March 24, 2026
35.6 C
Odisha

    ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍‌ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । ପାଣ୍ଡିଆନ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌ ପରିଦର୍ଶନ କରିବା ସହିତ ମ୍ୟାନେଜ୍‌ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ।
    ଏହି ପ୍ଲାଣ୍ଟକୁ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନିମନ୍ତେ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ୍‌ ପାର୍କର ଡ. କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି ଟଙ୍କା ପୁଂଜିନିବେଶରେ ସ୍ଥାପନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ