Sunday, March 22, 2026
21.2 C
Odisha

    ଆଣ୍ଡାମାନରୁ ମିଳିଲା ୬ ମିଆଁମାର ଶିକାରୀଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ପୋର୍ଟବ୍ଲେୟର: ଆଣ୍ଡାମାନ ନିକୋବରର ନାରକୋଣ୍ଡାମ ଦ୍ୱୀପରୁ ମିଆଁମାରର ୬ ଜଣ ଶିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଜଣେ ଅଧିକାରୀ ଏହି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ସମସ୍ତ ଶିକାରୀ ଅନାହାରରେ ପ୍ରାଣ ହରାଇଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ଏଠାରେ ପହଞ୍ଚିବା ବେଳକୁ ସେମାନଙ୍କ ପାଖରେ ଖାଇବା ପିଇବା ସରିଯାଇଥିଲା। ମାମଲାର ବିବରଣୀ ଦେଇ ଅଧିକାରୀ ଜଣକ କହିଛନ୍ତି ଯେ ଯେଉଁ ଛୋଟ ଡଙ୍ଗାରେ ସେମାନେ ଦ୍ୱୀପରେ ପହଞ୍ଚିବା ପାଇଁ ଏହି ଅଞ୍ଚଳରେ ପହଞ୍ଚିଥିଲେ, ସେଥିରେ ଯାନ୍ତ୍ରିକ ତ୍ରୁଟି ଥିଲା। ଯେଉଁକାରଣରୁ ସେ ଫେରି ପାରିନଥିଲେ। ମିଆଁମାରର ଶିକାରୀଙ୍କ ମୃତଦେହ ନାରକୋଣ୍ଡାମ୍ ଦ୍ୱୀପର ଜଙ୍ଗଲଠାରୁ କିଛି ମିଟର ଦୂରରେ ମିଳିଥିଲା। ଉତ୍ତର ଓ ମଧ୍ୟ ଆଣ୍ଡାମାନ ଜିଲ୍ଲାର ନାରକୋଣ୍ଡାମ୍ ମିଆଁମାରର କୋକୋ ଦ୍ୱୀପଠାରୁ ମାତ୍ର ୧୨୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ଆଣ୍ଡେସାଇଟ୍ ନାମକ ଆଗ୍ନେୟଗିରି ପଥରରେ ନିର୍ମିତ । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ଦ୍ୱାରା ଏହି ଦ୍ୱୀପକୁ ଏକ ନିଷ୍କ୍ରିୟ ଆଗ୍ନେୟଗିରି ଭାବରେ ଚହ୍ନିତ କରାଯାଇଛି ।

    ଆଣ୍ଡାମାନ ପୁଲିସ ଗତ ଫେବ୍ରୁଆରି ୧୪ ତାରିଖରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ନାରକୋଣ୍ଡାମ୍ ଦ୍ୱୀପରୁ ଦୁଇ ଜଣ ମିଆଁମାର ଶିକାରୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପୋର୍ଟ ବ୍ଲେୟାର ଅଣାଯାଇ ସିଆଇଡିକୁ ହସ୍ତାନ୍ତର କରାଯାଇଛି। ପଚରାଉଚରା ବେଳେ ସେ ପ୍ରକାଶ କରିଥିଲେ ଯେ ତାଙ୍କ ଦେଶର ଆଉ ୬ ଜଣ ଲୋକ ନରକୋଣ୍ଡାମ ଜଙ୍ଗଲରେ ଲୁଚି ରହିଛନ୍ତି। ସଙ୍ଗେ ସଙ୍ଗେ ଆଣ୍ଡାମାନ ପୁଲିସର ଏକ ସର୍ଚ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୬ ଜଣ ଶିକାରୀଙ୍କ ମୃତଦେହ ଉଦ୍ଧାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ