Tuesday, April 8, 2025
33 C
Odisha

    ଆଜି ରାଜଧାନୀରେ ୧୦ ଟି ସ୍ଥାନକୁ ମିଳିଛି ରାବଣ ପୋଡି ପାଇଁ ଅନୁମତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାବଣ ପୋଡି ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି । ରାବଣ ପୋଡି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ୧୦ ଟି ସ୍ଥାନକୁ ମିଳିଛି ଅନୁମତି । ନହର କଣ୍ଟା , ଝାରପଡା, ବରମୁଣ୍ଡା, କୋରଡ କଣ୍ଟା, ବାଙ୍କୁଆଲ, ଇନ୍‌ଫୋ ଭ୍ୟାଲି ଥାନା ଗୋପାଳପୁର, କୀଟସ୍ ରୋଡ, ଚନ୍ଦକା କ୍ଳବ୍ଫି ଲ୍ଡ , ସିମୁଲିପାଟନା ଦୋଳ ଯାତ୍ରା ପଡିଆ, କପିଳ ପ୍ରସାଦ ଫୁଟବଲ ପଡିଆରେ ହେବ ରାବଣ ପୋଡ଼ି। ପ୍ରଶାସନର ସମସ୍ତ ନିୟମ ମାନି ରାବଣ ପୋଡି କରିବାକୁ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଖାସ୍‌ କରି ରାବଣ ପୋଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମଣ୍ଡପ ଠାରୁ ୧୦୦ ମିଟର ଦୂରରେ ରହିବାକୁ ପଡିବ । ଏହାସହିତ ଅନୁମତି ମିଳିଥିବା ସମସ୍ତ ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପକୁ ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଓ ବାସସ୍ଥାନ ଠାରୁ ୨୫୦ ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    37 %
    3.6kmh
    2 %
    Tue
    38 °
    Wed
    38 °
    Thu
    40 °
    Fri
    41 °
    Sat
    42 °

    ସମ୍ବନ୍ଧିତ