Tuesday, March 24, 2026
21.9 C
Odisha

    ୭ମ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ: “ସାଂସ୍କୃତିକ ଦୃଷ୍ଟି ଓ ଦର୍ଶନ”, “ଧନୁଯାତ୍ରା” ଲୋକାର୍ପିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୭ମ ଓଡ଼ିଶା ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦିବ୍ୟଦୂତ ପ୍ରକାଶନୀର ପ୍ରକାଶକ ପ୍ରଭାଂଶୁ ସାମନ୍ତରାୟଙ୍କ ଦ୍ୱାରା ଡକ୍ତର ସୁରେନ୍ଦ୍ର ମହାରଣାଙ୍କ ‘ସାଂସ୍କୃତିକ ଦୃଷ୍ଟି ଓ ଦର୍ଶନ’ ପୁସ୍ତକ ଲୋକାର୍ପିତ ହୋଇଥିବାବେଳେ ଆହାନା ପ୍ରକାଶନର ଜୀବନଜ୍ୟୋତ୍ସା ସାମନ୍ତରାୟଙ୍କ ଦ୍ୱାରା ଡ଼. ରବିନାରାୟାଣ ସାହୁଙ୍କ ଲିଖିତ ‘ଧନୁଯାତ୍ରା’ ଲୋକାର୍ପିତ ହୋଇଯାଇଛି।


    ଏହି କାର୍ଯ୍ୟକ୍ରମରେ ଡ.ସୁରେନ୍ଦ୍ର କୁମାର ମହାରଣା, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପଣ୍ଡିତ ପ୍ରସନ୍ନ କୁମାର ସ୍ୱାଇଁ, ବିରଞ୍ଚି ନାରାୟଣ ସାହୁ, ପ୍ରାଧ୍ୟାପକ ରଜନୀ ରଞ୍ଜନ, ଡ. ହେମନ୍ତ କୁମାର ଛୋଟରାୟ, ପବିତ୍ର ଏଣ୍ଟରଟେନମେଣ୍ଟ ପ୍ରଯୋଜକ ତଥା ନିର୍ଦ୍ଦେଶକ ପବିତ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

    ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗଗନ କୁମାର ଗୋଚ୍ଛାୟତ ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣରୂପେ ସହଯୋଗ କରିଥିଲେ ପ୍ରଭୁ ପ୍ରସାଦ ସାହୁ ଏବଂ ଅକ୍ଷୟ କୁମାର ନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ