Monday, April 6, 2026
23.6 C
Odisha

    ଠେଲକୋବେଡ଼ାରେ ବଡ଼ ଧରଣର ଚଢ଼ଉ: ୮୦ ଜୁଆଡ଼ି ଗିରଫ, ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଠେଲକୋବେଡ଼ା ଗାଁର ଏକ ଘରେ ବଡ଼ ଧରଣର ଜୁଆ ଆଡ଼ାରେ ପୁଲିସ ଶନିବାର ରାତିରେ ଚଢ଼ଉ କରି ୮୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ ଲକ୍ଷରୁ ଅଧିକ ଟଙ୍କା, ୨୫ଟି କାର୍‌ ଓ ୧୦ରୁ ଅଧିକ ବାଇକ୍‌ ଜବତ କରିଛି। ପୁଲିସର ସୂଚନା ଅନୁସାରେ, କିଛି ମାସ ହେଲା ଠେଲକୋବେଡ଼ା ଗାଁର ଗୋଶାଳା ପାଖରେ ଥିବା ଏକ ଘରେ ବଡ଼ଧରଣର ଜୁଆ ଆଡ଼ା ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଶନିବାର ରାତିରେ ପୁଲିସ ପହଞ୍ଚି ଗାଁର ଚାରିପଟକୁ ଘେରି ଯାଇଥିଲା। ଜୁଆ ଆଡ଼ା ଚାଲିଥିବା ଘର ଭିତରେ ଜୁଆଡ଼ିମାନେ ଥିବା ସମୟରେ ପୁଲିସ ବାହାରୁ ଫାଟକରେ ତାଲା ପକାଇ ଦେଇଥିଲା। ପରେ ଘଟଣାସ୍ଥଳକୁ ନୂଆପଡ଼ା ଏସ୍‌ପି ଓ ୩ଟି ଭ୍ୟାନ୍‌ରେ ପୁଲିସ ଫୋର୍ସ ପହଞ୍ଚିଥିଲେ। ରାତିରେ ଗିରଫ ଜୁଆଡ଼ିମାନଙ୍କୁ ଥାନାକୁ ଅଣାଯାଉଥିବାର ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ