Monday, March 16, 2026
22.2 C
Odisha

    ପେଟ୍ରୋଲ ପମ୍ପରେ ଅପମିଶ୍ରଣ, ୩ ବର୍ଷରେ ଆଦାୟ ହୋଇଛି ୧୧ ଲକ୍ଷ ଟଙ୍କା ଜରିମାନା

    ଆଗକୁ ପଢନ୍ତୁ

    ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ଏବଂ ଅପମିଶ୍ରଣ କରୁଥିବା କେତୋଟି ପେଟ୍ରୋଲ ପମ୍ପରେ ଚଢାଉ କରି କଣ କାଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ପ୍ରଶ୍ନର ଉତ୍ତର ଦେଇ ଅତନୁ କହିଛନ୍ତି, ଗତ ୩ ବର୍ଷରେ ଅପମିଶ୍ରଣ କରୁଥିବା ୮୩ଟି ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଛି ।ଚଢାଉ କରାଯାଇଥିବା ୮୩ଟି ପେଟ୍ରୋମ୍ପ ପମ୍ପ ଠାରୁ ୧୦ ଲକ୍ଷ ୬୬ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ସେହିଭଳି ଅପମିଶ୍ରଣ ରୋକିବାକୁ ତୈଳ କମ୍ପାନି ଗୁଡିକ ପଦକ୍ଷେପ ମଧ୍ୟ ନେଉଛନ୍ତି । ତୈଳ କମ୍ପାନି ଗୁଡିକ ରାଜ୍ୟରେ ଥିବା ପେଟ୍ରୋଲ ଟାଙ୍କି ଗୁଡିକ ଉପରେ ତ୍ରୈମାସିକ ତନଖି କରି ପେଟ୍ରୋଲ ଓ ଡିଜେଲର ଗୁଣବତ୍ତା ଓ ମାପ ଯାଞ୍ଚ କରନ୍ତି । ଯଦି କୌଣସି ଅନିୟମିତତା ଦୃଷ୍ଟି ଗୋଚର ହୁଏ ତେବେ ଗୁଣବତ୍ତା ପରୀକ୍ଷା ପାଇଁ ତୈଳର ନମୁନା ସଂଗ୍ରହ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପରୀକ୍ଷାଗାରକୁ ପଠାଯାଏ । ଅନେକ ସମୟରେ ପେଟ୍ରୋଲ ପମ୍ପ ଗୁଡିକ ଉପରେ ଅତର୍କିତ ଭାବେ ଚଢାଉ କରି ଯାଞ୍ଚ କରାଯାଇଥାଏ । ସେହିଭଳି ତୈଳ କମ୍ପାନି ଗୁଡିକ ଭ୍ରାମ୍ୟମାଣ ପରୀକ୍ଷାଗାର ଦ୍ୱାରା ପ୍ରତି ମାସରେ ତୈଳର ନମୁନା ସଂଗ୍ରହ କରି ଯାଞ୍ଚ କରିଥାଏ । ଅପମିଶ୍ରଣ ସମ୍ପର୍କରେ କୌଣସି ଅଭିଯୋଗ ହେଲେ ତୁରନ୍ତ ତୈଳ କମ୍ପାନି ଅଫିସରଙ୍କ ଦ୍ୱାରା ତଦନ୍ତ କରାଯାଇଥାଏ । ତେଣୁ ପୂର୍ବପେକ୍ଷା ଅପମିଶ୍ରଣର ମାତ୍ରା ହ୍ରାସ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.2 ° C
    22.2 °
    22.2 °
    69 %
    5.4kmh
    100 %
    Mon
    24 °
    Tue
    37 °
    Wed
    37 °
    Thu
    36 °
    Fri
    36 °

    ସମ୍ବନ୍ଧିତ