Monday, September 28, 2026
24.7 C
Odisha

    ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

    ଆଗକୁ ପଢନ୍ତୁ

    ରାୟଗଡ଼ା; ଗୁଜରାଟ ରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ । ଏହି ଶ୍ରମିକ ମାନେ ଗୁଜରlଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା ।  କୌଣସି ସୂତ୍ରରୁ ଜିଲ୍ଲାଶ୍ରମ ବିଭାଗ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ତରଫରୁ ଗୁଜୁରାଟ ସରକାରଙ୍କ ସହିତ ଯୋଗାଯୋଗ କରି ସେମାଙ୍କୁ ଉଦ୍ଧାର କରାଯାଇ ଟ୍ରେନ ଯୋଗେ ରାୟଗଡକୁ ପଠାଇଥିଲେ ।

    ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଵିଷମ କଟକ ବ୍ଲକର ୬ଜଣ ଓ କାଶୀପୁର ବ୍ଲକରୁ ୩ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ ସୂଚନା ଦେଇଥିଲେ।  ଏହି ଘଟଣା ଏବେ ତଦନ୍ତ ପରିସରଭୁକ୍ତ ରହିଅଛି ଓ ଏଥିରେ ସମ୍ପୃକ୍ତ ଥିବା ଦଲାଲ କୁ ଚିନ୍ହଟ କରାଯିବା ସହିତ ଶ୍ରମିକ ମାନଙ୍କ ର ବକେୟା ଥିବା ପ୍ରାପ୍ୟ ପ୍ରଦାନ କରାଯିବା ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାଧୀନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ