Monday, September 28, 2026
24.7 C
Odisha

    ଧୋନି ମୋ ସହ କଥା ହୁଅନ୍ତି ନାହିଁ, ମୁଁ ବି କଥା ହେବାକୁ ଚେଷ୍ଟା କରେ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ମହେନ୍ଦ୍ର ସିଂଙ୍କୁ ନେଇ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ହରଭଜନ କହିଛନ୍ତି,‘ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ମୁଁ କଥା ହୁଏ ନାହିଁ। ମୁଁ କେବଳ ସେହି ଲୋକଙ୍କୁ ଫୋନ କରିଥାଏ ‌ଯେଉଁମାନେ ମୋର ଫୋନ ଉଠାଇଥାଆନ୍ତି। ମୋ ସହିତ କଥା ହୋଇଥାଆନ୍ତି। ଆଇପିଏଲରେ ସିଏସକେ ଖେଳୁଥିବା ସମୟରେ ଧୋନିଙ୍କ ସହ କଥା ହୋଇଥିଲି। ତାହା ପୁଣି ଖେଳ ପଡ଼ିଆରେ ଯେତିକି ଆବଶ୍ୟକ ସେତିକି। ଏହାପରେ ସେ ମୋ ସହିତ କିଛି କଥା ହୁଅନ୍ତୁ ନାହିଁ କି ମୁଁ ବି ଚେଷ୍ଟା କରେ ନାହିଁ କଥା ହେବାକୁ।
    ମୋ ମନରେ ତାଙ୍କ ପାଇଁ କିଛି ଅଭିଯୋଗ ନାହିଁ। ତାଙ୍କୁ ଯଦି ମୋତେ ନେଇ କୌଣସି ଅସୁବିଧା ଅଛି ସେ ମୋତେ ଜଣାଇ ପାରିବେ।’

    ହରଭଜନ ଓ ଏମଏସ ଧୋନି ୨୦୦୭ ଟି-୨୦ ବିଶ୍ବକପ ଓ ୨୦୧୧ରେ ୱାନଡେ ୱାଲର୍ଡ କପ ଜିତିଥିବା ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ହରଭଜନ ଓ ଧୋନି ଏକାଠି ଶେଷଥର ପାଇଁ ୨୦୨୫ରେ ସାଉଥ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ୱାନଡେରେ ଭାରତର ପ୍ରତିନିଧିତ୍ବ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ