Thursday, March 19, 2026
21 C
Odisha

    ଧାନ, ମାଣ୍ଡିଆ ଫସଲ ନଷ୍ଟ କଲେ ହାତୀପଲ, ବନ ବିଭାଗ ନିରବ ଅଭିଯୋଗ

    ଆଗକୁ ପଢନ୍ତୁ

    ଜହ୍ନ।ପଙ୍କ: ବୌଦ୍ଧ ବ୍ଲକ୍ ବଘିଆପଡ଼ା ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଏକ ୧୫ ଟିକିଆ ହାତୀପଲ ଆସି ଧାନ ଓ ମାଣ୍ଡିଆ ଚାଷ ନଷ୍ଟ କରିଛନ୍ତି। ଗ୍ରାମର ଚାଷୀ ସାଗର କୱର ଓ ସୁଶାନ୍ତ ଜାନୀଙ୍କ ଅଧ ଏକର ଲେଖାଏଁ ଧାନ ଓ ମାଣ୍ଡିଆ ଚାଷ ଖାଇ ଦେବା ସହ ପାଦରେ ଦଳି ମାଡି ନଷ୍ଟ କରି ଦେଇଛନ୍ତି।
    ରେଙ୍ଗାଲି ବିଟ ଓ ବଘିଆପଡା ଫରେଷ୍ଟ ସେକ୍ସନର କର୍ମଚାରୀମାନେ ନିଜର କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ରହୁଥିବା ଓ ହାତୀ ସମ୍ପର୍କରେ ସୂଚନା ଦେଲେ କେବଳ ଫୋଟ ଭିଡିଓ ଉଠାଇ ଚାଲି ଯାଉଥିବା ଅଭିଯୋଗ ହୋଇଛି। ବିଗତ ବର୍ଷମାନଙ୍କରେ ମଧ୍ୟ ହାତୀ ଫସଲ ନଷ୍ଟ କରିଥିବା ଚାଷୀ ମାନଙ୍କୁ ବନ ବିଭାଗ କୌଣସି ସହାୟତା ପ୍ରଦାନ କରିନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ