Monday, November 30, 2026
19.3 C
Odisha

    ବିମାନଯାତ୍ରୀଙ୍କୁ ଆକୃଷ୍ଟ କରିବ ଓଡ଼ିଶାର ହସ୍ତତନ୍ତ: ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା ଅତ୍ୟାଧୁନିକ ବୟନିକା ସୋରୁମ୍

    ଆଗକୁ ପଢନ୍ତୁ

    ବିମାନଯାତ୍ରୀଙ୍କୁ ଆକୃଷ୍ଟ କରିବ ଓଡ଼ିଶାର ହସ୍ତତନ୍ତ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା ଯାତ୍ରୀ ବିମାନବନ୍ଦରରେ ଓଡିଶା ହସ୍ତତନ୍ତ କିଣିପାରିବେ। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି ଏକ ଅତ୍ୟାଧୁନିକ ବୟନିକା ସୋରୁମ୍। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । କେବଳ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ହିଁ ବିକ୍ରି ହେବ ଏହି ଷ୍ଟଲରେ। କୋଟପାଡ ହସ୍ତତନ୍ତ ବସ୍ତ୍ର, ଓଡିଶା ଇକତ୍, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ବସ୍ତ୍ର, ବୋମକେଇ ଶାଢୀ, ହାବାସପୁରୀ ଶାଢୀ ଓ ବସ୍ତ୍ର, ବ୍ରହ୍ମପୁର ଫୋଡାକୁମ୍ଭ ଶାଢୀ ଏବଂ ଖଣ୍ଡୁଆ ଶାଢ଼ୀ ଓ ବସ୍ତ୍ର କିଣିପାରିବେ ଗ୍ରାହକ। ଖୁବ ଶୀଘ୍ର ଏହି ସୁବିଧା ପାଇବେ ବିମାନଯାତ୍ରୀ । ବିମାନବନ୍ଦରରେ ବହୁ ଅନ୍ତର୍ଜାତୀୟ କମ୍ପାନୀ ନିଜର ସାମଗ୍ରୀ ବିକ୍ରି କରୁଥିବାବେଳେ ଏଣିକି ବୟନିକାରେ ବିକ୍ରି ହେବ ଓଡ଼ିଶାର ନିଜସ୍ବ ହସ୍ତତନ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.3 ° C
    19.3 °
    19.3 °
    86 %
    1.3kmh
    78 %
    Sun
    18 °
    Mon
    26 °
    Tue
    26 °
    Wed
    27 °
    Thu
    27 °

    ସମ୍ବନ୍ଧିତ