Wednesday, September 9, 2026
28.8 C
Odisha

    ସମ୍ଭାଲ ଜାମା ମସଜିଦ ସର୍ଭେକୁ ନେଇ ସାଂଘାତିକ ସ୍ଥିତି, ୩ ଲୋକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ସମ୍ଭାଲ: ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାରେ ଜାମା ମସଜିଦ୍ ସର୍ଭେ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସର୍ଭେ ପାଇଁ ରବିବାର ସକାଳେ ସର୍ଭେ ଦଳ ପହଞ୍ଚିବା ପରେ କେତେକ ଲୋକ ଉକ୍ତ ଅଂଚଳରେ ଜମା ହୋଇ ସ୍ଲୋଗାନ ଦେବା ସହ ପଥରମାଡ଼ କରିଥିଲେ । ଏହା ପରେ ପୁଲିସ ମୃଦୁ ଲାଠିଚାଳନା କରି ଉତ୍ୟକ୍ତ ଲୋକମାନଙ୍କୁ ପଛକୁ ହଟାଇଦେଇଥିଲା । ତେବେ ଏହି ସମୟରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସମ୍ଭାଲର ଏସପି ମଧ୍ୟ ତିନି ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ମୃତ୍ୟୁର କାରଣ ମଧ୍ୟ ପୁଲିସ ସ୍ପଷ୍ଟ କରିନାହିଁ। ଗୁଳି ମାଡ଼ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶବ ବ୍ୟବଚ୍ଛେଦ ମାଧ୍ୟମରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
    ଅନ୍ୟପକ୍ଷରେ ସର୍ଭେ କାର୍ଯ୍ୟ ଓ ଦୁଇ ଜଣଙ୍କ ମୃତ୍ୟୁ ପରେ ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସେଠାରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି ।

    ସେପଟେ ଲୋକମାନଙ୍କ ପଥର ମାଡ଼ ଯୋଗୁଁ ଅନେକ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଦୁଇ ଜଣ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କ ଗୋଡରେ ଆଘାତ ଲାଗିଛି । ସେ କହିଛନ୍ତି ସର୍ଭେ ବେଳେ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ବୁଝାଇବା ପାଇଁ ନିରନ୍ତର ପ୍ରୟାସ ଚାଲିଥିଲା। କିନ୍ତୁ ଲୋକମାନେ ଉତ୍ୟକ୍ତ ହୋଇ ପଥରମାଡ଼ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    75 %
    2.1kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ