Monday, March 30, 2026
33.2 C
Odisha

    ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ । ଲକ୍ଷାଧିକ ଟଙ୍କାର ଅବଢା ନଷ୍ଟ

    ଆଗକୁ ପଢନ୍ତୁ

    ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡପ ଦର୍ଶନ ଚାଲିଛି । ଆଡପ ଅବଢା ପାଇ ଭକ୍ତ ନିଜକୁ ଧନ୍ୟ ମନେକରୁଛନ୍ତି । କିନ୍ତୁ ନୀତିକାନ୍ତିରେ ବିଭ୍ରାଟ ଯୋଗୁଁ ଦୁଇଦିନ ହେଲାଣି ଭକ୍ତ ଆଡପ ଅବଢା ପାଇବାରୁ ବଞ୍ଚିତ ହୋଇଛନ୍ତି । ବରାଦି ଭୋଗ ଭକ୍ତଙ୍କୁ ମିଳିନି । ନୀତିକାନ୍ତିରେ ବିଳମ୍ୱ ଯୋଗୁଁ ସୁଆର ମହାସୁଆର ନିଯୋଗର ୮ ଲକ୍ଷ ଟଙ୍କାର ଅବଢା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

    ୧୦ ତାରିଖରେ ନୀତି ବିଳମ୍ୱ କାରଣରୁ ପହୁଡ ହୋଇନଥିଲା
    ବିନା ପହୁଡରେ ନୀତିକାନ୍ତି ଆରମ୍ଭ ହୋଇଥିଲା
    ମହାପ୍ରଭୁଙ୍କ ସକାଳ ଧୂପ ନୀତି ବିଳମ୍ୱ ହୋଇଥିଲା
    ଅପରାହ୍ନ ୩ଟା ୧୦ରେ ପ୍ରଥମ ଭୋଗମଣ୍ଡପ ଶେଷ ହୋଇଥିଲା
    ମଧ୍ୟାହ୍ନ ଧୂପ ରାତି ୮ଟା ୪୦ରେ ଶେଷ ହୋଇଥିଲା
    ଦ୍ୱିତୀୟ ଭୋଗମଣ୍ଡପ ରାତି ୧୦ଟା ୧୦ରେ ଶେଷ ହୋଇଥିଲା
    ମହାପ୍ରସାଦ ବାହାରିବାବେଳକୁ ରାତି ୧୧ଟା ହୋଇଯାଇଥିଲା
    ୧୧ ତାରିଖରେ ନୀତି ବିଳମ୍ୱ କାରଣରୁ ଭୋର ୫ଟାରେ ରାତ୍ରପହୁଡ ହୋଇଥିଲା
    ମହାପ୍ରସାଦ ବାହାରିବା ଅପରାହ୍ନ ୫ଟା ହୋଇଯାଇଥିଲା
    ପ୍ରତିଦିନ ପ୍ରାୟ ଦେଢଲକ୍ଷ ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ଆଉ ନୀତି ବିଳମ୍ୱ କାରଣରୁ ବରାଦି ଭୋଗ କେହି ନେଲେନି । ଫଳରେ ୩୦ ହଜାର ଲୋକଙ୍କ ମହାପ୍ରସାଦ ନଷ୍ଟ ହୋଇଛି । ଜିଲ୍ଲାପାଳ କହିଛନ୍ତି, ସେବାୟତଙ୍କ ସହ ଆଲୋଚନା କରାଯାଇ ପଦ କ୍ଷେପ ନିଆଯିବ । ତେବେ ମହାପ୍ରଭୁଙ୍କ ନୀତିରେ ବାରମ୍ୱାର ବିଭ୍ରାଟ ହେଉଛି । ପ୍ରଶ୍ନ ଉଠୁଛି, ଏଥିପାଇଁ ଦାୟୀ କିଏ? ନଷ୍ଟ ମହାପ୍ରସାଦର କ୍ଷତି କିଏ ଭରଣା କରିବ ? କାହିଁକି ପିଙ୍ଗାହେଲା ମହାପ୍ରସାଦ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ