Thursday, March 12, 2026
28.7 C
Odisha

    ଟ୍ୟାଙ୍କର ତଳେ ଚାପି ହୋଇ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

    ଆଗକୁ ପଢନ୍ତୁ

    ବ୍ରହ୍ମପୁର; ଗଞ୍ଜାମ ଜିଲା ଛତ୍ରପୁର ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ଶନିବାର ଏକ ପାଣି ଟ୍ୟାଙ୍କର ଓଲଟି ପଡିଛି। ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି  ସୂଚନା ମୁତାବକ, ଜାତୀୟ ରାଜପଥ କଡ଼ରେ ଲଗାଯାଇଥିବା ଗଛରେ ପାଣି ଦେବା ଲାଗି ଏକ ପାଣି ଟ୍ୟାଙ୍କର ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟରୁ ପାଣି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ହେଲ୍‌ପର ସାହେବ ଭୂୟାଁଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସୁଜିତ କୁମାର ଦାସ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଜେସିବି ମେଶିନ ସାହାଯ୍ୟରେ ଟ୍ୟାଙ୍କରକୁ ଉଠାଇ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ସୁଜିତଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଛତ୍ରପୁର ଥାନା ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    15 %
    2.6kmh
    0 %
    Thu
    31 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ