Friday, October 23, 2026
22.8 C
Odisha

    ଟ୍ୟାଙ୍କର ତଳେ ଚାପି ହୋଇ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

    ଆଗକୁ ପଢନ୍ତୁ

    ବ୍ରହ୍ମପୁର; ଗଞ୍ଜାମ ଜିଲା ଛତ୍ରପୁର ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ଶନିବାର ଏକ ପାଣି ଟ୍ୟାଙ୍କର ଓଲଟି ପଡିଛି। ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି  ସୂଚନା ମୁତାବକ, ଜାତୀୟ ରାଜପଥ କଡ଼ରେ ଲଗାଯାଇଥିବା ଗଛରେ ପାଣି ଦେବା ଲାଗି ଏକ ପାଣି ଟ୍ୟାଙ୍କର ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟରୁ ପାଣି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ହେଲ୍‌ପର ସାହେବ ଭୂୟାଁଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସୁଜିତ କୁମାର ଦାସ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଜେସିବି ମେଶିନ ସାହାଯ୍ୟରେ ଟ୍ୟାଙ୍କରକୁ ଉଠାଇ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ସୁଜିତଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଛତ୍ରପୁର ଥାନା ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.8 ° C
    22.8 °
    22.8 °
    71 %
    1.5kmh
    33 %
    Fri
    22 °
    Sat
    29 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ