Wednesday, October 14, 2026
24.8 C
Odisha

    ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜିଆରଏସ୍‌ଙ୍କୁ ମାରିଦେଲେ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅର୍ନ୍ତଗତ ବାଲିପଦର ଫାଣ୍ଡି ଅଧିନସ୍ତ କଳମ୍ବ ଗ୍ରାମର ସ୍ବର୍ଗତ ଶ୍ରୀହରୀ ପାଣିଗ୍ରାହୀଙ୍କ ପୁଅ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ସୁକାନ୍ତ ବୁଗୁଡ଼ା ବ୍ଲକର ଆଶ୍ରମ କରଡ଼ାବାଡି ଓ ଶଙ୍କୁରୁ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ (ଜିଆରଏସ) ଭାବରେ କାର୍ଯ୍ୟକରି ଆସୁଥିଲେ। ଶୁକ୍ରବାର ମୋଟର ସାଇକେଲରେ ଅନ୍ତରପଡ଼ା ଗ୍ରାମ ଦେଇ ବୁଗୁଡ଼ା ବ୍ଲକକୁ ଯିବା ବେଳେ ମାଣିକପୁର ଛକ ନିକଟରେ କଳମ୍ବ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗନ୍ତେଇ ସ୍ବାଇଁଙ୍କ ପୁଅ ରାଘବ ସ୍ବାଇଁ ସୁକାନ୍ତଙ୍କୁ ଅଟକାଇ ଲିପ୍ଟ ମାଗିଥିଲେ। ବାଇକ୍‌ରେ ବସି ଯାଉଥିବା ବେଳେ ରାଘବ ଏକ ଛୁରିରେ ସୁକାନ୍ତଙ୍କ ଡାହାଣ ଗୋଡର ଜଙ୍ଘକୁ ବାରମ୍ବାର ଆଘାତ କରି ରକ୍ତାକ୍ତ କରିଦେଇଥିଲେ। ସୁକାନ୍ତ ବାଇକରୁ ପଡ଼ିଯିବା ପରେ ରାଘବ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସୁକାନ୍ତଙ୍କୁ ବୁଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତଙ୍କର ମୃତ୍ୟୁ ଘଟିଥିଲା। ବୁଗୁଡ଼ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ସ୍ଥାନାନ୍ତର କରି କେସ ନମ୍ବର ୯୫୨/୨୩ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ