Tuesday, September 29, 2026
23.8 C
Odisha

    ନିଖୋଜ ଶିଶୁକନ୍ୟା ମୃତଦେହ ଉଦ୍ଧାର ଘଟଣା: ୪ ଦିନ ପରେ ଧରାପଡ଼ିଲା ଗିରଫ ମହିଳା ଅଭିଯୁକ୍ତ

    ଆଗକୁ ପଢନ୍ତୁ

    ରାଉରକେଲା: ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜଡା ଗ୍ରାମରେ ଚାରି ଦିନ ତଳେ ନିଖୋଜ ୪ବର୍ଷ ଶିଶୁ କନ୍ୟାର ମୃତଦେହ କୂଅରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସ୍ଥାନୀୟ ପଡ଼ୋଶୀଙ୍କୁ ସନ୍ଦେହ କରି ସ୍ୱାମୀ, ସ୍ତ୍ରୀକୁ ମାର ପିଟ କରି ଲହୁଲୁହାଣ କରିବା ପରେ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ  ପହଞ୍ଚି ପଡ଼ୋଶୀ ସ୍ୱାମୀ, ସ୍ତ୍ରୀଙ୍କୁ ଆଣି ପୁଲିସ ହେପାଜତରେ ବଣାଇ ଡାକ୍ତରଖାନାରେ ଚିକତ୍ସା ଲାଗି ଭର୍ତ୍ତି କରିଥିଲେ।

    ଭୋର ୪ଟା ବେଳେ ପୁଲିସକୁ ଚକମା ଦେଇ ସ୍ତ୍ରୀ ଲୋକଜଣକ ଡାକ୍ତର ଖାନାରୁ ଫେରାର ହୋଇ ଯାଇଥିଲେ। ଡିଉଟିରେ ଥିବା ପୁଲିସ କର୍ମଚାରୀ ବାଥ ରୁମ ଯାଇଥିବା ବେଳେ ଏହି ସୁଯୋଗରେ ଚାରି ମୁଣ୍ଡା ଫେରାର ହୋଇ ଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଛି। ପ୍ରଥମେ ସେ ଡାକ୍ତରଖାନାରୁ ବାହାରି ମୁଖ୍ୟ ଗେଟ ଦେଇ ବସଷ୍ଟାଣ୍ଡ ଆଡେ ଯିବାର କିଛି ଦୂର ଯାଇ ପୁଣି ସେଠାରୁ ଫେରି ଦୌଡ଼ିଦୌଡ଼ି ଡାକ୍ତରଖାନା ମୁଖ୍ୟ ଫାଟକ ଦେଇ ସିଂ ଟୋଲା ଅଂଚଳକୁ ଫେରାର ହୋଇ ଯାଇଥିଲେ।

    ଗୁରୁଣ୍ଡିଆ ପୁଲିସ, ବଣାଇ ପୁଲିସ ଏକ ଟିମ ଗଠନ କରି ଖୋଜାଖୋଜି କରୁଥିଲା। ଡାକ୍ତରଖାନାରୁ ସ୍ତ୍ରୀ ଲୋକ ଫେରାର ପରେ ଏବେ ପୁଲିସର ସନ୍ଦେହ ଆହୁରି ବଢିଯାଇଥିଲା। ‌ମହିଳାଜଣକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣା ପଡୁଛି। ୪ଦିନ ପରେ ପୁଲିସ ବଣାଇ ଥାନାର କପଣ୍ଡ ଅଞ୍ଚଳରୁ ଆଜି ଅଭିଯୁକ୍ତ ମହିଳାଙ୍କୁ ଧରି ବଣାଇ ଥାନାରେ ରଖି ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ