Sunday, May 19, 2024
27.1 C
Odisha

    ମନୋଜ ମିଶ୍ର ହେବେ କଂଗ୍ରେସ ପ୍ରାର୍ଥୀ! ବଲାଙ୍ଗୀର ଲୋକସଭା ଆସନରୁ ଲଢ଼ିବେ ନିର୍ବାଚନ!

    ଆଗକୁ ପଢନ୍ତୁ

    ଅଭିନେତା ଯେତେବେଳେ ରାଜନେତା ହେବେ, ସଂଳାପ ଶୁଣିବାକୁ ମିଳିବା ହୁଏତ ସ୍ୱାଭାବିକ ଘଟଣା । ଚିରାଚରିତ ଫିଲ୍ମ ଷ୍ଟାଇଲ୍ରେ ମଂଚକୁ ଚଢ଼ି ଆଂଚଳିକତାର ଶ୍ରୋତ ବୁହାଇବାକୁ ଉଦ୍ୟମ କରିଛନ୍ତି ଅଭିନେତାରୁ ନେତା ବନିଥିବା ମନୋଜ ମିଶ୍ର । ହେଲେ ପରଦା କିମ୍ବା ମଂଚ ଉପରେ ଅଭିନୟ ଏବଂ ମୈଦାନରେ ଟକ୍କର ଭିତରେ ରହିଛି ବଡ଼ ତଫାତ୍ ।
    ପୂର୍ବ ଓଡ଼ିଶା-ପଶ୍ଚିମ ଓଡ଼ିଶା ପ୍ରସଙ୍ଗରେ ଯେତେବେଳେ ଜୋରଦାର ବିତର୍କ ହେଉଥିଲା । ସେତେବେଳେ ଚର୍ଚ୍ଚା ହେଉଥିଲା ଏହି ସବୁର କେନ୍ଦ୍ରରେ ଅଛନ୍ତି ଅଭିନେତା ମନୋଜ ମିଶ୍ର । ବିବାଦ ଯେତେବେଳେ ବେଶ ତୀବ୍ର ଥିଲା, ସେତେବେଳେ ଚର୍ଚ୍ଚା ହେଉଥିଲା ମନୋଜ ମିଶ୍ର ବୋଧେ ରାଜନୀତି କରିବା ପାଇଁ ମୈଦାନ ଖୋଜୁଛନ୍ତି । ଅବିକଳ ସେଇଆ ହୋଇଛି, କଂଗ୍ରେସରେ ଯୋଗ ଦେବା ପରେ ବଲାଙ୍ଗୀର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟ୍ ପାଇଁ ଆବେଦନ କରିଛନ୍ତି । ଯଦିଓ ଆନୁଷ୍ଠାନିକ ଭାବେ ଟିକେଟ୍ ଘୋଷଣା ହୋଇନାହିଁ । ତଥାପି ବରିଷ୍ଠ କଂଗ୍ରେସ ନେତା ଏହି ଆଭାଷ ଦେଇ ସାରିଛନ୍ତି ।
    କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବା ପାଇଁ ମନୋଜ ମିଶ୍ର ପାଗ ଭିଡୁଛନ୍ତି ସତ । କିନ୍ତୁ ବଲାଙ୍ଗୀର ଲୋକସଭା ଆସନ ହେଉଛି ଏଭଳି ଏକ ଆସନ ଯେଉଁଠି ୧୯୯୬ ପରଠାରୁ କଂଗ୍ରେସ ପ୍ରାର୍ଥୀ କ୍ରମାଗତ ଭାବେ ପରାଜିତ ହୋଇ ଆସୁଛନ୍ତି । ଶେଷ ଥର ପାଇଁ ବର୍ତମାନ ପିସିସି ସଭାପତି ଶରତ ପଟ୍ଟନାୟକ ବିଜୟୀ ହୋଇଥିଲେ । ଏହା ପରଠୁ, ବିଜେଡି ଓ ବିଜେପି ଭିତରେ ଘୁରି ବୁଲୁଛି ବଲାଙ୍ଗୀର ବିଜୟ । ମନୋଜ ମିଶ୍ରଙ୍କ ନାଁ କଂଗ୍ରେସ ଏକ ପ୍ରକାର ଚୁଡ଼ାନ୍ତ କରି ସାରିଥିବା ବେଳେ ବିଜେଡି ଏବଂ ବିଜେପିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ୁଛି ।

    ଏହି ବୟାନବାଜି ଭିତରେ ପ୍ରଶ୍ନ ହେଉଛି, ରାଜନୀତିକୁ ଆସିବା ପୂର୍ବରୁ ଯେଉଁ କଥା ଉଠାଉଥିଲେ ମନୋଜ ମିଶ୍ର, ନିର୍ବାଚନ ମୈଦାନରେ ସେସବୁ ପ୍ରସଙ୍ଗ ଉଠାଇବେ କି?
    – ପଶ୍ଚିମ ଓଡ଼ିଶାରେ ଫିଲ୍ମ ସିଟି ନିର୍ମାଣ କଥା ଉଠାଇବେ କି?
    – ଭୋଟ୍ ମାଗିଲା ବେଳକୁ ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗ ଉଠାଇବେ କି?
    – ସମ୍ବଲପୁରୀ ଭାଷାକୁ ରାଜ୍ୟର ୨ୟ ଭାଷା କଥା କହିବେ କି?
    – ୮ମ ଅନୁଚ୍ଛେଦରେ ଭାଷାକୁ ସାମିଲ ପାଇଁ ଜାଗରଣ ସୃଷ୍ଟି କରିବେ କି?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.1 ° C
    27.1 °
    27.1 °
    63 %
    2.1kmh
    39 %
    Sun
    27 °
    Mon
    41 °
    Tue
    42 °
    Wed
    42 °
    Thu
    39 °

    ସମ୍ବନ୍ଧିତ