Monday, September 14, 2026
23.8 C
Odisha

    ଜୟପୁରରେ ଅଭିନେତ୍ରୀ ଅନୁଷ୍କା ଓ ରମ୍ୟା କ୍ରିଷ୍ଣନ୍‌: ଜୟପୁର, ଦେଓମାଳିରେ ହେବ ଚଳଚ୍ଚିତ୍ର ସୁଟିଂ

    ଆଗକୁ ପଢନ୍ତୁ

    ଜୟପୁର: ଦକ୍ଷିଣ ଚଳଚ୍ଚିତ୍ର ଜଗତର ଦୁଇ ସୁପରଷ୍ଟାର ଅଭିନେତ୍ରୀ ତଥା ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍‌ ଜୟପୁର ଆସିଛନ୍ତି। ଏକ ବହୁଭାଷୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଦୁହେଁ ଗତକାଲି ରାତିରେ ଜୟପୁର ପହଞ୍ଚିବା ପରେ ସ୍ଥାନୀୟ ବାଲ୍‌କ୍ରିଷ୍ଣା ପେଲେସ୍‌ରେ ରହିଛନ୍ତି। ଏଥିପାଇଁ ହୋଟେଲର ସମସ୍ତ ରୁମ୍‌ ଆସନ୍ତା ୧୪ ପର୍ଯ୍ୟନ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ବୁକ୍‌ କରାଯାଇଛି ବୋଲି ହୋଟେଲ ମାଲିକ ସନ୍ଦୀପ ସାମନ୍ତରାୟ କହିଛନ୍ତି। ଆଜି ଉଭୟ ଅଭିନେତ୍ରୀ ଛତିଶଗଡ଼ର ଜଗଦଲପୁର ସହର ନିକଟସ୍ଥ ଚିତ୍ରକୋଟ ଏବଂ ତିରଥଗଡ଼ରେ ସିନେମାର କିଛି ଅଂଶ ସୁଟିଂ କରିଥିବା ସୂଚନା ମିଳିଛି।ଏଥିପାଇଁ ହୋଟେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏପରିକି ଉଭୟ ଅଭିନେତ୍ରୀଙ୍କ ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଜୟପୁର ସହରର ମୁଖ୍ୟରାସ୍ତା, ସୂର୍ଯ୍ୟ ମହଲ, ଜୟନଗର, ଜଗନ୍ନାଥ ସାଗର ପାର୍ଶ୍ବ ପାର୍କରେ ସୁନେମାର ସୁଟିଂ ହେବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଦେଓମାଳିରେ ବି ସିନେମାର କିଛି ଦୃଶ୍ୟ ସୁଟିଂ କରାଯିବ। ସୂଚନାଯୋଗ୍ୟ, ପର୍ଯ୍ୟଟନ ନିମନ୍ତେ ସବୁବେଳେ କୋରାପୁଟ ଜିଲ୍ଲାର ସୌନ୍ଦର୍ଯ୍ୟ ଆକର୍ଷଣ କରି ଆସିଛି। ତେଣୁ ବଡ଼ ବଜେଟ୍‌ରେ ପ୍ରସ୍ତୁତ ହେଉଥିବା ସିନେମା ଏଠାରେ ସୁଟିଂ ହେବାପରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ